Videos
|
Odisha

ରାଜ୍ୟରେ ଆସନ୍ତା ୫ ରୁ ୭  ଦିନ ପ୍ରବଳ ବର୍ଷା ସମ୍ଭାବନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟରେ ଆସନ୍ତା ୫ ରୁ ୭  ଦିନ ପ୍ରବଳ ବର୍ଷା ସମ୍ଭାବନା

ଅର୍ଗସ ବ୍ୟୁରୋ:  ଦକ୍ଷିଣ ବଙ୍ଗଳାଦେଶ ଓ ତତ ସଂଲଗ୍ନ ଅଂଚଳରେ  ସକ୍ରିୟ ରହିଛି ସଦୃଶ ଲଘୁଚାପ। ଏହା ଉତ୍ତର  ଦିଗକୁ ଗତିକରୁଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ। ଏହାସହ ରାଜ୍ୟ ଉପରେ ମୌସୁମୀ ସକ୍ରିୟ ସହ ଝାରଖଣ୍ଡ ଓ ତାର ଆଖପାଖରେ ମଧ୍ୟ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହା ଆଗକୁ ଘନୀଭୂତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ସେହିପରି  ଆସନ୍ତା ୨୪ ତାରିଖ  ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ହେବାର  ସମ୍ଭାବନା ରହିଛି। ଲଗାତାର ଭାବେ ତିନୋଟି ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ରୁ ୭  ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଅନେକ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା  ସହ କାଁଭାଁ  ସ୍ଥାନରେ ପ୍ରବଳ ବର୍ଷା  ହେବାର ସମ୍ଭାବନା ମଧ୍ୟ ରହିଛି । ଆଜି ପାଇଁ ମୟୁରଭଞ୍ଜ , ସୁନ୍ଦରଗଡ,  ଓ କେନ୍ଦୁଝର ଜିଲ୍ଲାରେ  ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ  ବିଭାଗ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: