School Holiday / ବର୍ଷାର ତାଣ୍ଡବରେ ବଡ଼ ଘୋଷଣା: ଆଜି ସ୍କୁଲ-କଲେଜ ଛୁଟି, ଉତ୍ତର ଓଡ଼ିଶାକୁ ରେଡ୍ ଆଲର୍ଟ
·1 hour ago·2 min read

Key Points
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି
ଲଗାଣ ବର୍ଷା ଜାରି ରହିଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନକ ପାଇଁ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲ୍ଲାର ସମସ୍ତ BEOଙ୍କୁ ଅବଗତ କରାଯାଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସମସ୍ତ ବିଦ୍ୟାଳୟ ଛୁଟି କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍, ଲୋ ଭିଜିବିଲିଟି ରହିବ। ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି IMD ଭୁବନେଶ୍ୱର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତି। ଏହାଛଡା ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ। ୧୩ ଏବଂ ୧୪ ଅଗଷ୍ଟ ଦୁଇ ଦିନ ଓଡ଼ିଶା ଉପକୂଳରେ ପବନର ବେଗ ୪୫ ରୁ ୫୫ କିଲୋମିଟର ରହିବା ସହ ୬୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ଦୁଇ ଦିନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।
ଏହାସହ ପଢ଼ନ୍ତୁ: ଭଦ୍ରକ-ବାଲେଶ୍ୱରକୁ ରେଡ୍ ଆଲର୍ଟ... ଅତି ପ୍ରବଳ ବର୍ଷା ଆଶଙ୍କା
ସେପଟେ ଜଳକା, ସାଳନ୍ଦୀ ଓ ବୈତରଣୀ ପାଇଁ ସତର୍କ ରହିବାକୁ ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। କାରଣ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ଜଳ ନିଷ୍କାସନ ଠିକ୍ ଭାବେ ହୋଇପାରି ନାହିଁ। ବନ୍ୟା ସ୍ଥିତି ଯଦିଓ ଦେଖାଯିବ ନାହିଁ ତଥାପି ଜଳବନ୍ଦୀ ସମସ୍ୟା ଲାଗି ରହିବ। ତିହିଡ଼ି, ଚାନ୍ଦବାଲି, ବାଲେଶ୍ଵର ସଦର, ବସ୍ତା, ଦଶରଥପୁରରେ ଜଳବନ୍ଦୀ ସ୍ଥିତି ଲାଗି ରହିବ। ଲଘୁଚାପ ବର୍ଷା ପାଇଁ ଏଭଳି ସ୍ଥିତି ଉପୁଜିବ।
ସୂଚନାନୁଯାୟୀ, ୧୭ଟି ସ୍ଥାନରେ ୧୦୦ ମିମି ରୁ ଅଧିକ ବର୍ଷା ହୋଇଛି। ବୁଢାବଳଙ୍ଗରେ ବଡ଼ ବନ୍ୟା ନାହିଁ। ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ, ମହାନଦୀରେ ସେମିତି ବନ୍ୟା ସ୍ଥିତି ନାହିଁ। ହୀରାକୁଦ ୬୧୪ ଫୁଟ ଲେବେଲକୁ ଖସି ଆସିଛି। ସକାଳେ ୪ ଟି ଗେଟ ବନ୍ଦ କରାଯାଇଛି। ୨ ଟି ଗେଟ ଖୋଲା ରହିଛି। କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories