Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Thunderstorm Warning / ଆଜି ହୋଇପାରେ ପ୍ରବଳ ଝଡ଼ବର୍ଷା, ୬ ଜିଲ୍ଲାକୁ ଝଡବର୍ଷା ନେଇ ସତର୍କ କରାଯାଇଛି

Bikash Mohanty
Browse all articles by Bikash Mohanty
·1 week ago·2 min read
ଆଜି ହୋଇପାରେ ପ୍ରବଳ ଝଡ଼ବର୍ଷା, ୬ ଜିଲ୍ଲାକୁ ଝଡବର୍ଷା ନେଇ ସତର୍କ କରାଯାଇଛି
Thunderstorm

Key Points

ଆଜି ହୋଇପାରେ ପ୍ରବଳ ଝଡ଼ବର୍ଷା
ଆଜି ୬ ଜିଲ୍ଲାକୁ ଝଡବର୍ଷା ନେଇ ସତର୍କ କରାଯାଇଛି
ଉତ୍ତର ଓଡି଼ଶାରେ ୪ ଦିନ ପର୍ଯ୍ୟନ୍ତ ବର୍ଷା ଘଡଘଡି ଲାଗି ରହିବ
୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି

ଭୁବନେଶ୍ୱର,୦୯/୦୭: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆଜି ୬ ଜିଲ୍ଲାକୁ ଝଡବର୍ଷା ନେଇ ସତର୍କ କରାଯାଇଛି। ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକରେ ବର୍ଷା ସହ ବିଜୁଳି ଘଡଘଡି ହୋଇପାରେ।

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୩ ଦିନ ଯାଏ ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।ଉତ୍ତର ଓଡି଼ଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଘଡଘଡି ଲାଗି ରହିବ। ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁ ଏହା କହିଛନ୍ତି ।

ଆସନ୍ତା ୯ ତାରିଖରୁ ୧୨ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ୯ ତାରିଖରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ ।
ଗତ ୨୪ ଘଣ୍ଟାରେ ନୟାଗଡ଼ ଓ ରାଉରକେଲାରେ ସାମାନ୍ୟ ବର୍ଷା ହୋଇଛି । ବର୍ଷା ନ ଥିବାରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ଖସିଛି । ତେବେ ବୈତରଣୀର ଆଖୁଆପଦାଠାରେ ନଦୀ ଜଳସ୍ତର ସାମାନ୍ୟ ଅଧିକ ରହିଛି।

ପଢନ୍ତୁ ଏହି ଖବର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା, ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ ସତର୍କ ସୂଚନା ଜାରି କରିଛି। ରାଜ୍ୟର ୬ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ 'ୟେଲୋ ୱାର୍ଣ୍ଣିଂ' ଜାରି କରାଯାଇଛି । ସେଗୁଡିକ ହେଉଛି ସୁନ୍ଦରଗଡ଼ , କେନ୍ଦୁଝର, ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ ଏବଂ ଅନୁଗୁଳ । ରାଜ୍ୟର ବାକି ସମସ୍ତ ଜିଲ୍ଲାରେ ପାଣିପାଗ ସ୍ଵାଭାବିକ ରହିବ।

ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରେ ସକ୍ରିୟ ଥିବାବେଳେ ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାବେଳେ ଭୂସ୍ଖଳନ, ଘର ଭୁଶୁଡ଼ିବା, ଗଛ ଉପୁଡ଼ି ପଡ଼ିବା, ଜଳବନ୍ଦୀ ପରି ସମସ୍ୟା ବ୍ୟାପକ ଧନଜୀବନ ନଷ୍ଟ କରିବା ସହିତ କ୍ଷୟକ୍ଷତି ବୃଦ୍ଧି କରିଛି। ସଡ଼କ ପଥଠାରୁ ରେଳ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି ହୋଇଥିବାବେଳେ ଅନେକ ରାଜ୍ୟରେ ଆଗାମୀ କିଛି ଦିନ ପାଇଁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ। ଦିଲ୍ଲୀ-ଏନସିଆରର ଅନେକ ଅଂଶ ବିଶେଷକରି ଉତ୍ତର ପ୍ରଦେଶର ନୋଏଡା, ଗାଜିଆବାଦରେ ରାତିସାରା ପ୍ରବଳ ବର୍ଷା ହୋଇଥିଲା। ଏହିସବୁ ଅଞ୍ଚଳରେ ଗୁରୁବାର ସକାଳେ ବର୍ଷା ଜାରି ରହିଥିଲା, ଫଳରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହିତ ଯାତାୟାତ ପ୍ରଭାବିତ ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଦିଲ୍ଲୀର ସମସ୍ତ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରି ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି। ଗାଜିଆବାଦ, ନୋଏଡା, ମିରଟ ଓ ଗୁରୁଗ୍ରାମ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦିନସାରା ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀ-ଏନସିଆରରେ ବର୍ଷା ଯୋଗୁଁ ଗୁରୁଗ୍ରାମରେ ପ୍ରବଳ ଜଳବନ୍ଦୀ ଓ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି, ଯାହା ଫଳରେ ଘରୋଇ କାର୍ଯ୍ୟାଳୟଗୁଡ଼ିକ କର୍ମଚାରୀମାନଙ୍କ ପାଇଁ ଘରୁ କାମ କରିବାକୁ ପରାମର୍ଶ ଜାରି କରାଯାଇଛି। ମହାରାଷ୍ଟ୍ର ଓ ଗୁଜରାଟରେ ବର୍ଷା ଜାରି ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy Rain & Thunderstorm Alert in Odisha Today | 6 Districts Under Warning | Argus News