Rain Alert / ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା, ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ
·2 hours ago·2 min read

Key Points
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା
ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ
୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ
୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ଭୁବନେଶ୍ବର,୦୮/୦୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପ ରେ ପରିଣତ ହୋଇଛି।ଦୁର୍ବଳ ହେବା ପରେ ବଦଳିଛି ପାଗର ମିଜାଜ କମିଛି ବର୍ଷା ର ପରିମାଣ। ପ୍ରଭାବରେ ଆସନ୍ତା ୨୪ ଘଂଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ କୌଣସି ଚେତାବନୀ ନାହିଁ। ଆଜି ପାଇଁ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।
ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ କିଛି କକିଛି ଅଂଚଳରେ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ ।
ଲଘୁଚାପ ପ୍ରଭାବରେ ଗତ ୫ଦିନ ହେବ ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ଵୃଦ୍ଧି ପାଉଛି । ଆଖୁଆପଦା ଠାରେ ବିପଦ ସଂକେତ ତଳେ ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀକୂଳରେ ଥିବା ଆରଡି ନିକଟ ମୁଁଆ ସମେତ ଷାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରା ପାଟଣା ଗାଁର ଲୋକ ଆତଙ୍କିତ ହୋଇପଡିଛନ୍ତି।
ପଢନ୍ତୁ ଏହି ଖବର: ରାଜ୍ୟରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା....୨୪ ଘଣ୍ଟା ପ୍ରବଳ ଛେଚିବ
କୁଆଖିଆ- ଆଖଣ୍ଡଳମଣି ୨୦ନମ୍ଵର ଜାତୀୟ ରାଜପଥର ରାସ୍ତା ଦବି ଯିବା ସହ ନଦୀ ଆଡ଼କୁ ଢଳି ରହିଛି । ଆଗକୁ ଯଦି ବୈତରଣୀରେ ବନ୍ୟାପାଣି ଵୃଦ୍ଧି ପାଏ ତାହାଲେ ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି ବଡ଼ମ୍ବା ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ବନ୍ୟାଜଳ ।
ଲଗାଣ ବର୍ଷାରେ ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଭଟ୍ଟାରିକା ମନ୍ଦିର ବେଢ଼ାରେ ପ୍ରବେଶ କରିଛି । ତେବେ ଏ ପର୍ଯ୍ୟନ୍ତ ଦେବୋତ୍ତର ବିଭାଗ କିମ୍ବା ତହସିଲ ପ୍ରଶାସନ ପକ୍ଷରୁ କୌଣସି ବ୍ୟାପକ ବନ୍ଦୋବସ୍ତ କରାଯାଇନି । ପର୍ଯ୍ୟଟକମାନେ ମହାନଦୀର ବଢ଼ିପାଣି ଦେଖିବାକୁ ଆସୁଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହେଉଛି ।
ସେପଟେ ଫୁଲୁଛି ବୈତରଣୀ, କେନ୍ଦୁଝର ହାଟଡ଼ିହି ବ୍ଲକ ଶିବନାରାୟଣପୁର ଗାଁରେ ବନ୍ୟା ପରିସ୍ଥିତି । ସ୍ଥିତି ପରଖିଲେ ତହସିଲଦାର ଓ ବିଡ଼ିଓ। ପାଖାପାଖି ଦୁଇ ଶହ ପରିବାର ପ୍ରଭାବିତ ହୋଇଥିବାବେଳେ ୩୦ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଅନେକ ଲୋକଙ୍କ ପନି ପରିବା ଚାଷ ଉଜୁଡି ଯାଇଥିବା ବେଳେ ଧାନ ତଳି ସବୁ ବୁଡି ଯାଇଛି । ଖବର ପାଇ ବଞ୍ଚୋ ପଞ୍ଚାୟତର ସରପଞ୍ଚ, ହାଟଡିହି ତହସିଲଦାର ଓ ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ପସି କ୍ଷତିଗ୍ରସ୍ଥ ଲୋକଙ୍କୁ ଭେଟିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories