Videos
|
Odisha

Weather Alert / ଆସନ୍ତା ୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ସମ୍ଭାବନା

Bikash Mohanty
Browse all articles by Bikash Mohanty
·2 months ago·2 min read
ଆସନ୍ତା ୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ସମ୍ଭାବନା
Heavy Rain Fall

Key Points

ଆସନ୍ତା ୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷା
ବିଜୁଳି ଘଡଘଡି ସହ ୫୦ କିମି ବେଗରେ ବହିପାରେ ପବନ
ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ
ଭୁବନେଶ୍ବର, ୨୯/୦୬: ରାଜ୍ୟରେ ବର୍ଷା ହେଉଛି । ତଥାପି ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି । ଆହୁରି ୪୮ ଘଣ୍ଟା ବା ଦୁଇଦିନ ରାଜ୍ୟରେ ଏପରି ଗୁଳୁଗୁଳି ଲାଗିରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି ,ରାୟଗଡା, କୋରାପୁଟ,କଳାହାଣ୍ଡି ,ନବରଙ୍ଗପୁର , ଗଜପତି ଓ କନ୍ଧମାଳ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ମାରିପାରେ। ଏଥିସହ୪୦ ରୁ ୫୦ କିମି ଝଟକା ପବନକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ବାଲେଶ୍ୱର, ମୟୁରଭଞ୍ଜ କେନ୍ଦୁଝର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼ ,ବୌଦ୍ଧ ସୋନପୁର, ବଲାଙ୍ଗୀର ଓ ନୂଆପଡା ଏହି ୧୫ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ ଝଟକା ପବନ ବହିବାର ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୪ ଜୁଲାଇ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ଦୁର୍ବଳ ଅବସ୍ଥାରେ ରହିଛି । ବିଶ୍ୱସ୍ତରୀୟ ପାଣିପାଗ ମଡେଲ ଅନୁସାରେ ୧ରୁ ୩ ଜୁଲାଇ ମଧ୍ୟରେ ବଙ୍ଗୋପସାଗରର ପଶ୍ଚିମରୁ ଉତ୍ତର ପଶ୍ଚିମ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଦୁର୍ବଳ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏବେ ଶକ୍ତିଶାଳୀ ଲଘୁଚାପ ବା ଅବପାତ ସୃଷ୍ଟିର ସମ୍ଭାବନା କମ୍‌ ରହିଛି । ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ଅକ୍ଷରେଖା ସକ୍ରିୟ ହେବାର ସମ୍ଭାବନା ରହିଛି । ରାଜ୍ୟରେ ହଠାତ୍‌ ବଡ଼ ବର୍ଷା ହେବା ପରିବର୍ତ୍ତେ ବର୍ଷା ଧୀରେ ଧୀରେ ବଢ଼ିପାରେ।

ପଢନ୍ତୁ ଏହି ଖବର: ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଜୁଲାଇ ୧ରୁ ୭ ତାରିଖ ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ବଢ଼ିପାରେ । ପରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ । ପଶ୍ଚିମ ଓଡ଼ିଶାରେ ଚାଷ ପାଇଁ ଉପଯୋଗୀ ବର୍ଷା ଆହୁରି ବିଳମ୍ବ ହେବ । ୮ରୁ ୧୪ ତାରିଖ ଭିତରେ ମୌସୁମୀ ସକ୍ରିୟ ରହିଲେ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ । ରାଜ୍ୟରେ ମୌସୁମୀ ବର୍ଷା ହଠାତ୍‌ ସକ୍ରିୟ ହୋଇଯିବ ବୋଲି ଚାଷୀମାନେ ଆଶା ନ ରଖି ଧୀରେ ଧୀରେ ବର୍ଷା ବଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଚାଷ ପାଇଁ ଅଧିକ ଅନୁକୂଳ ବର୍ଷା ମିଳିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆସୁଛି ବଡ଼ ଲଘୁଚାପ । ପ୍ରବଳ ବର୍ଷା ଅଜାଡ଼ିବ ଓଡ଼ିଶାରେ । ଜୁଲାଇ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି । ଏହି ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଜୁଲାଇ ୨ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତା’ ପରଦିନ ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ) ରୂପ ନେବା ସମ୍ଭାବନା ଅଛି। ଏହାପରେ ଆହୁରି ବଳ ଜୁଟାଇ ୪ ବେଳକୁ ଗଭୀର ଅବପାତ (ଡିପ୍ ଡିପ୍ରେସନ)ରେ ପରିଣତ ହୋଇପାରେ।

Heavy Rain & Lightning Alert for 7 Odisha Districts in Next 24 Hours | IMD Weather Update | Argus News