Videos
|
Odisha

Weather Warning / ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

Bikash Mohanty
Browse all articles by Bikash Mohanty
·2 months ago·2 min read
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
Heavy Rain Fall

Key Points

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ
ଆହୁରି ୭ ଦିନ ବର୍ଷା!
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା
୧୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର,୨୮/୦୬: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବା ବେଳେ ଆହୁରି ୭ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ୩ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ବର୍ଷା ସତ୍ତ୍ବେ ଉପକୂଳରେ ଲାଗି ରହିବ ଗୁଳୁଗୁଳି । ଆହୁରି ୨୪ ଘଣ୍ଟା ଏଭଳି ସ୍ଥିତି ଜାରି ରହିବା ନେଇ ସୂଚନା ଦିଆଯାଇଛି।

ସେପଟେ ଆସନ୍ତା ୨୪ ଘଣ୍ଟା ଲାଗି ୧୬ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ରାୟଗଡା, କୋରାପୁଟ ଓ କନ୍ଧମାଳ ଏହି ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ରାୟଗଡା, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ବାଲେଶ୍ୱର, କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଘଡଘଡି ସହ ୫୦ରୁ ୬୦ କିମି ଝଟକା ପବନ ଅନୁଭୂତ ହେବ। ଅବଶିଷ୍ଟ ୧୪ଟି ଜିଲ୍ଲାରେ ବିଜୁଳି, ଘଡଘଡି ବର୍ଷା ସହ ୪୦ରୁ ୫୦ ଝଟକା ପବନ ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ପଢନ୍ତୁ ଏହି ଖବର: ଆସନ୍ତା ୨ରୁ ଲଘୁଚାପ , ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବଡ଼ ଲଘୁଚାପ । ପ୍ରବଳ ବର୍ଷା ଅଜାଡ଼ିବ ଓଡ଼ିଶାରେ । ଜୁଲାଇ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି । ଏହି ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଜୁଲାଇ ୨ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ତା’ ପରଦିନ ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ) ରୂପ ନେବା ସମ୍ଭାବନା ଅଛି। ଏହାପରେ ଆହୁରି ବଳ ଜୁଟାଇ ୪ ବେଳକୁ ଗଭୀର ଅବପାତ (ଡିପ୍ ଡିପ୍ରେସନ)ରେ ପରିଣତ ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ୧ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ଅଛି । ୧ରୁ ୫ ଯାଏଁ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ୨ ଓ ୩ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ତାରିଖ ଯାଏଁ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ସମ୍ଭାବ୍ୟ ଲଘୁଚାପ ୪ ତାରିଖବେଳକୁ ଉତ୍ତର ଓଡ଼ ିଶା ନିକଟରେ ସ୍ଥଳଭାଗରେ ପ୍ରବେଶ କରିପାରେ । ବାଲେଶ୍ୱର କିମ୍ବା ଝାଡ଼ଖଣ୍ଡ ଆଡ଼କୁ ଏହାର ଗତି ରହିପାରେ । ବର୍ତ୍ତମାନ ଜୁଲାଇ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏଭଳି ବଡ଼ ବର୍ଷା ହେଲେ ଯାଇ ରାଜ୍ୟରେ ତାତି ପ୍ରକୋପ କମିପାରେ ।


Heavy Rain Warning in Odisha: IMD Issues Alert for 16 Districts Over Next 24 Hours | Argus News