Heavy Rainfall / ଆସନ୍ତା ୨ରୁ ଲଘୁଚାପ , ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
·2 months ago·2 min read

Key Points
ରାଜ୍ୟରେ ସକ୍ରିୟ ହେଉଛି ମୌସୁମୀ
ଦିନେ ଦୁଇଦିନ ମଧ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି
ଆସନ୍ତାକାଲିଠାରୁ ମେଘାଚ୍ଛନ୍ନ ହେବ ଆକାଶ
ଆକଳନ କଲେ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ
ଆସନ୍ତା ଜୁଲାଇ ୨ରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ବର,୨୭/୦୬: ରାଜ୍ୟରେ ସକ୍ରିୟ ହେଉଛି ମୌସୁମୀ । ଦିନେ ଦୁଇଦିନ ମଧ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି । ଆସନ୍ତାକାଲିଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ, ତାତି ହ୍ରାସ ପାଇବ । ଏହି ଆକଳନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ । ଆଜି ଅପରାହ୍ନରେ ବି ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହିତ ବର୍ଷା ହୋଇପାରେ। ଜୁଲାଇ ୫ରୁ ୬ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ । କିନ୍ତୁ ଜଳୀୟବାଷ୍ପ ପ୍ରଭାବରେ ଗୁଳଗୁଳି ପୂର୍ବ ପରି ଜାରି ରହିବ।
ଆସନ୍ତା ଜୁଲାଇ ୨ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। କିନ୍ତୁ ୧ ତାରିଖ ଯାଏ ରାଜ୍ୟରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। ୨ ରୁ ୮ତା ତାରିଖରେ ସ୍ବାଭାବିକ ବା ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନ ଅଛି। ପାଣି ପାଣିପାଗ ବିଭାଗ ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ ।
ପଢନ୍ତୁ ଏହି ଖବର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, କିନ୍ତୁ ବର୍ଷାର ଦେଖା ନାହିଁ, ରାଜ୍ୟର ୮ ଜିଲ୍ଲାରେ ପଡ଼ିବ ଏଲନିନୋର ବଡ଼ ପ୍ରଭାବ
ଆଇଏମ୍ଡିର ଆକଳନ ଅନୁସାରେ, ୧ ତାରିଖ ଯାଏ କେନ୍ଦ୍ରୀୟ ଓ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଭିତରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହେବ। କିନ୍ତୁ ପରେ ୨ରୁ ୮ ତାରିଖ ଭିତରେ ସ୍ତଭାବିଜ ବର୍ଷା ହେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା (୧ରୁ ୨୫ ତାରିଖ) ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୪୮% ରହିଛି। ଦେବଗଡ଼ରେ ସର୍ବାଧିକ ୮୭% ନିଅଣ୍ଟିଆ ବର୍ଷା ହୋଇଛି। ନୂଆପଡ଼ାରେ ୮୨%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୬୯%, ସୁନ୍ଦରଗଡ଼ରେ ୬୮%, ଅନୁଗୁଳରେ ୬୩%, ବଲାଙ୍ଗିରରେ ୬୨%, ପୁରୀରେ ୬୧% ନିଅଣ୍ଟିଆ ବର୍ଷା ହୋଇଛି। ଏହି ସମୟରେ ରାଜ୍ୟରେ ହାରାହାରି ୧୬୩ ମିମି ବର୍ଷା ହେବା କଥା। କିନ୍ତୁ ମାତ୍ର ୮୪ମିମି ବର୍ଷା ହୋଇଛି। ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ହୋଇପାରେ । ଏହି ୯ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ୧ ତାରିଖ ଯାଏ ରଜର ଓ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ରାଜ୍ୟରେ ଯେଉଁ ପାଣିପାଗ ଅବସ୍ଥା ଯୋଗୁ ବ୍ୟାପକ ଓ ଲଗଣ ଚାଷ ଉପଯୋଗୀ ବର୍ଷା ହୁଏ, ତାହା ଏବେସୁଦ୍ଧା ସଂଗଠିତ ହୋଇନି। ରାଜ୍ୟରେ ନିରନ୍ତର ବର୍ଷା ପାଇଁ ଏବେସୁଦ୍ଧା ମୌସୁମୀ ଟ୍ରଫ୍ ଶକ୍ତିଶାଳୀ ହୋଇନି I ଚାଷୀମାନେ ଦିନେ ବା ଦୁଇ ଦିନର ବର୍ଷାକୁ ଚାଷ ଅନୁକୂଳ ବର୍ଷା ଭାବେ ଧରି ବୁଣାବୁଣି ଆରମ୍ଭ କରିବା ଠିକ ହେବନି।
Related Topics
Explore more stories