|
logo
Live

Argus News - ସକ୍ରିୟ ରହିଛି ମୌସୁମୀ ଟ୍ରାପଲାଇନ 

Odisha

ସକ୍ରିୟ ରହିଛି ମୌସୁମୀ ଟ୍ରାପଲାଇନ 

Smruti Parija
Browse all articles by Smruti Parija
·1 year ago·1 min read
ସକ୍ରିୟ ରହିଛି ମୌସୁମୀ ଟ୍ରାପଲାଇନ 

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରାପଲାଇନ । ଏଥିପାଇଁ  ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା l ବିଶେଶ କରି ଟ୍ବିନ ସିଟି ସମେତ  ଖୋର୍ଦ୍ଧା, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼ ଝାରସୁଗୁଡା ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା 4ଦିନ ଉତ୍ତର ଏବଂ ଉପକୂଳର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବଭାବିକ ବର୍ଷା ହୋଇଛି । 
 

ଅନ୍ୟପଟେ ଲଗାତାର ବର୍ଷା ହେତୁ ବଢୁଛି ହୀରାକୁଦ ଜଳସ୍ତର । ସକାଳ ୬ ଟା ସୁଦ୍ଧା ୬୧୦.୧୭ ଫୁଟ ଜଳସ୍ତର । ମୋଟ ୧୪ ଟି ଗେଟରେ ଜଳ ନିଷ୍କାସନ ଜାରୀ । ହୀରାକୁଦ ଜଳଭଣ୍ତାର ସେକେଣ୍ତ ପ୍ରତି ୨ ଲକ୍ଷ ୭୪ ହଜାର ୮୪୯ କ୍ୟୁସେକ ଜଳ ପ୍ରବେଶ । ସେହିପରି ସେକେଣ୍ତ ପ୍ରତି ୨ ଲକ୍ଷ ୪୬ ହଜାର ୭୬୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
 

ଆହୁରି ପଢନ୍ତୁ ପାଣିପାଗ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସକ୍ରିୟ ରହିଛି ମୌସୁମୀ ଟ୍ରାପଲାଇନ  | Argus News