Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତୁହାକୁ ତୁହା ବର୍ଷା ସାଙ୍ଗକୁ ବୋହୁଛି ପବନ

Odisha

ତୁହାକୁ ତୁହା ବର୍ଷା ସାଙ୍ଗକୁ ବୋହୁଛି ପବନ

Smruti Parija
Browse all articles by Smruti Parija
·2 years ago·1 min read
ତୁହାକୁ ତୁହା ବର୍ଷା ସାଙ୍ଗକୁ ବୋହୁଛି ପବନ

ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ପ୍ରବାହିତ ହେଉଛି । ଫଳରେ କପିଆ ଗାଁରେ ଥିବା ସଂଯୁକ୍ତା ମେହେରଙ୍କ କୁକୁଡ଼ା ଫାର୍ମ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କୁକୁଡ଼ା ଫାର୍ମରେ ଥିବା ହଜାର ହଜାର କୁକୁଡ଼ା ଛୁଆ ମରିଯିବା ସାଙ୍ଗକୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ସେହିଭଳି ଖଡ଼ିଆଳ ସିନାପାଲି ମୁଖ୍ୟରାସ୍ତାରେ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ଅମଳ ହେଉଥିବା ଅନେକ ଫସଲ ମଧ୍ୟ ନଷ୍ଟ ହେବା ଆଶଙ୍କା କରାଯାଉଛି ।

ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କଳାବୈଶାଖୀ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ଲାଗି ରହିଛି । ଆଗାମୀ ୨୪ ଘଣ୍ଟାରେ ଅନେକ ସ୍ଥାନରେ ୨ରୁ ୪ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ହ୍ରାସ ସମ୍ଭାବନା । ଆଗାମୀ ୩ ଘଣ୍ଟାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୧୧ ଜିଲ୍ଲାକୁ ସତର୍କତା କରିଛି ପାଣିପାଗ କେନ୍ଦ୍ର । 

ତାତିରେ ଫୁଟୁଛି ସାରା ରାଜ୍ୟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହି ଜିଲ୍ଲା ଗୁଡ଼ିକ ହେଲା- ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, କଟକ ଓ ପୁରୀ । ପରବର୍ତ୍ତୀ ୨ ଦିନ ମଧ୍ୟରେ ପୁଣି ୩ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆହୁରି ପଢନ୍ତୁ ପାଣିପାଗ ଖବର...

Sponsored
heavy-rainfall-in-nuapada-khadiala | Argus News