Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ପ୍ରବଳ ବର୍ଷା; ବଡଦାଣ୍ଡରେ 3 ଫୁଟ୍ ଉଚ୍ଚର ପାଣି

Smruti Parija
Browse all articles by Smruti Parija
·1 year ago·1 min read
ପୁରୀରେ ପ୍ରବଳ ବର୍ଷା; ବଡଦାଣ୍ଡରେ 3 ଫୁଟ୍ ଉଚ୍ଚର ପାଣି

ପୁରୀ: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ପୁରୀରେ ଜୀବନଯାତ୍ରା ବେହାଲ । ସବୁଠି ଲହଡି ମାରୁଛି ବର୍ଷା ଜଳ । ବଡଦାଣ୍ଡରେ ବି ସମାନ ଅବସ୍ଥା । ଗଣେଷ ପୂଜା ପୂର୍ବରୁ ଭିଜିଲା ପୁରୀ ସହର । ପ୍ରବଳ ବର୍ଷା ସାଙ୍ଗକୁ ବଡଦାଣ୍ଡରେ ଦୁଇ ତିନି ଫୁଟ୍ ଉଚ୍ଚର ପାଣି ଢେଉ ଖେଳିବା ଯୋଗୁଁ ଭକ୍ତ ଓ ଦର୍ଶନାର୍ଥୀ ବେହାଲ ହୋଇପଡିଛନ୍ତି । 


ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ  ବି ପ୍ରବଳ ବର୍ଷା ଜଳ ଅସ୍ତବ୍ୟସ୍ତ କରିପକାଇଛି । ତେବେ ବଡଦାଣ୍ଡରେ ଏଭଳି ପରିସ୍ଥିତି ଉପୁଜିଛି ଯେ ଚାଲିକି ଯିବା ଅସମ୍ଭବ ହୋଇପଡିଛି । ମାଉସୀ ମା'ଙ୍କ ମନ୍ଦିର ସମ୍ମୁଖ ବଡଦାଣ୍ଡରେ ଗାଡିମଟର ଚଳାଚଳରେ କିଛି ସମୟ ବାଧାପ୍ରାପ୍ତ ହୋଇଛି । କାର୍, ବେଟେରୀ ଅଟୋ, ସାଇକେଲ, ରିକ୍ସା ଆଦି ଚଳାଚଳରେ ମଧ୍ୟ ଘୋର ସମସ୍ୟା ସୃଷ୍ଟି ହୋଇଛି ।

ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ରାଜ୍ୟରେ ବର୍ଷା ପରିମାଣ ବଢିବ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ପ୍ରଭାବରେ ଆସନ୍ତା ୭ ଦିନ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ୫ ଦିନ ଯାଏ ପ୍ରବଳ ରୁ ଅତିପ୍ରବଳ ବର୍ଷାର ସମ୍ଭାବନା। ବର୍ଷା ଯୋଗୁଁ ଫିକା ପଡିପାରେ ଗଣେଶ ପୂଜା । ଲଘୁଚାପ ପ୍ରଭାବରେ ବିଶେଷ କରି ଭିଜିବ ଉପକୂଳ ଓଡ଼ିଶା । ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି  ଓ  ନବରଙ୍ଗପୁରକୁ ୟେଲୋ  ୱାର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ । ଲଘୁଚାପଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶା  ଉପକୂଳ ପାଶ୍ବବର୍ତୀ ଅଂଚଳରେ ସୃଷ୍ଟି ହୋଇଛି । ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
heavy-rainfall-in-puri | Argus News