ଶ୍ରୀକ୍ଷେତ୍ରରେ ୪୫ ମିଲିମିଟର ବର୍ଷା ରେକର୍ଡ...
·1 year ago·1 min read

ପୁରୀ: ଶ୍ରୀକ୍ଷେତ୍ରରେ ୪୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବଡ଼ଦାଣ୍ଡ ଓ ସହରର ମୁଖ୍ୟ ସ୍ଥାନରେ ଜମିଛି ପାଣି । ଆଜି ବି ଜିଲ୍ଲାରେ ଜାରି ରହିଛି ବର୍ଷାର ପ୍ରଭାବ । ଜିଲ୍ଲାରେ ୮୨୨ ମିଲିମିଟର ବର୍ଷା ରେକର୍ଡ କରାଯିବା ସହ ହାରାହାରି ପ୍ରତିଶତ ୬୮ ଦଶମିକ ୫ ରହିଛି । କୋଣାର୍କରେ ସର୍ବାଧିକ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଅସ୍ତରଙ୍ଗରେ ୫୪, ବ୍ରହ୍ମଗିରିରେ ୩୧, ଡେଲାଙ୍ଗ ୬୯, ଗୋପ ୭୪, କାକଟପୁରରେ ୪୯, କଣାସରେ ୬୩, କୃଷ୍ଣପ୍ରସାଦରେ ୫୭, ନିମାପଡ଼ା ୭୫, ପିପିଲି ୧୦୫, ପୁରୀରେ ୪୫, ସତ୍ୟବାଦୀରେ ୭୨ ଓ କୋଣାର୍କ ଏନଏସିରେ ୧୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପୁରୀ ସହରର ବଡ଼ଦାଣ୍ଡ, ଭିଆଇପି ରୋଡ, ସୁବାସ ବୋଷ ଛକ ଇତ୍ୟାଦି ସ୍ଥାନରେ ରୋଡ ଉପରେ ମଧ୍ୟ ପାଣି ଜମିଥିବାବେଳେ ଯାତାୟାତ କରୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: