Videos
|
Odisha

ଆସୁଛି ବଡ଼ ବର୍ଷା: ଏସବୁ ଜିଲ୍ଲାକୁ ଆଲର୍ଟ

Ritu Das
Browse all articles by Ritu Das
·1 year ago·2 min read
ଆସୁଛି ବଡ଼ ବର୍ଷା: ଏସବୁ ଜିଲ୍ଲାକୁ ଆଲର୍ଟ

ଅର୍ଗସ ବ୍ୟୁରୋ: ପୁଣି ସୃଷ୍ଟି ହୋଇପାରେ ଲଘୁଚାପ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପସାଗରରେ ଡିସେମ୍ବର ୭ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଆରବ ସାଗର ଓ ବଙ୍ଗୋପସାଗର ଉପରେ ଥିବା ସାଇକ୍ଲୋନିକ ସର୍କୁଲେସନ ଯୋଗୁ ଏଭଳି ଆଶଙ୍କା କରାଯାଉଛି। ଆଶଙ୍କା କରାଯାଉଛି ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୧୨ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳକୁ ପହଞ୍ଚିବ। ଏହି ଲଘୁଚାପ କାରଣରୁ ଡିସେମ୍ବର ୧୧ ତାରିଖରୁ ତାମିଲନାଡୁର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଇଏମଡି ଆକଳନ କରିଛନ୍ତି। ଶୁକ୍ରବାର ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି।

ଏହି ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୭ରୁ ୯ ତାରିଖ ମେଘୁଆ ପାଗ ରହିବ। ୯ରେ ଉତ୍ତର ଉପକୂଳରେ ପାଗ ମେଘୁଆ ରହିବ। ୭ରୁ ଦକ୍ଷିଣ ପୂର୍ବ ଆଭ୍ୟନ୍ତରରେ, ୮ରୁ ୯ ଯାଏ ଦକ୍ଷିଣ ପଶ୍ଚିମ ଆଭ୍ୟନ୍ତରରେ ଓ ୯ରୁ ୧୦ ଯାଏ ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ ମେଘୁଆ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୭ ତାରିଖରେ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରରେ ବର୍ଷା ହୋଇପାରେ । ୮ ତାରିଖରେ ଆଭ୍ୟନ୍ତରୀଣ ଓ ଓ ଉତ୍ତର ଓ ବର୍ଷା ହେବ । କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ବୋଲି ଡ. ସାହୁ କହିଛନ୍ତି । ସେହିଭଳି ୯ ତାରିଖରୁ ଥଣ୍ଡା ବଢିବ। ୧୦ ଓ ୧୧ ତାରିଖରେ ଅଧିକ ଶୀତ ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୮ ତାରିଖରେ ଗଞ୍ଜାମ,ଗଜପତି, ରାୟଗ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ, ନୂଆପ ଓ ବଲାଙ୍ଗୀରରେ ସ୍ବଳ୍ପ ବର୍ଷା ସମ୍ଭାବନା ଅଛି । ୯ ତାରିଖରେ ଗଞ୍ଜାମ, ଗଜପତି, କଟକ, ନୟାଗ ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Heavy rains | Argus News