Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ଵରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା 

Manini Pattanayak
Browse all articles by Manini Pattanayak
·2 years ago·1 min read
ବାଲେଶ୍ଵରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା 

ବାଲେଶ୍ଵର:  ବାଲେଶ୍ଵରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଆଜି ସକାଳେ ଚାରିଆଡ ଅନ୍ଧକାର କରି ମାଡି଼ ଆସିଲା ମେଘ । ଚାଉଁ ଚାଉଁ ବିଜୁଳି ଘଡଘଡି ମାରିବା ସହ ବର୍ଷା ହୋଇଥିଲା । ପବନର ବେଗ ପାଖପାଖି 40ରୁ ୫୦ କିଲୋମିଟର ରହିଥିଲା । ଏବେ ବି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।  ତାତିରୁ ମିଳିଲା ଆଶ୍ବସ୍ତି ।  ତେବେ ଆସନ୍ତାକାଲିଠୁ ରାଜ୍ୟରେ କାଳବୈଶାଖୀ ଆଶଙ୍କା । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ୧୯ ତାରିଖ ବେଳକୁ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ମଧ୍ୟ ସମ୍ଭାବନା ରହିଛି।

ମାର୍ଚ୍ଚ ୧୯ ତାରିଖ ସକାଳ ୮ଟା ୩୦ରୁ ୨୦ ତାରିଖ ସକାଳ ମଧ୍ୟରେ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ନବରଙ୍ଗପୁର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା, କୁଆପଥର ବର୍ଷା, ଝଡ଼ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟ ମଧ୍ୟରେ ଢେଙ୍କାନାଳ, କଟକ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍‌ ୨୧ ତାରିଖ ସକାଳ ମଧ୍ୟରେ କଟକ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଏବଂ କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତ୍‌ସିଂହପୁର ଜିଲ୍ଲାରରେ ୩୦ରୁ ୪୦ କିମି ବେଗରେ ପବନ ଏବଂ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rains in Balasore under the influence of Kalbaisakhi | Argus News