ବାତ୍ୟା ପ୍ରଭାବରେ ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା: ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ
·1 year ago·1 min read

ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଯାଜପୁର ଜିଲ୍ଲାରେ ଦୁଇଦିନ ଧରି ଜାରି ରହିଥିଲା ଲଗାଣ ବର୍ଷା। ଜିଲ୍ଲାରେ ଆଭେରେଜ୍ ବର୍ଷା ୯୫ ଭାଗ ହୋଇଥିବା ବେଳେ ଜିଲ୍ଲାର ଦଶଟି ବ୍ଲକ ମଧ୍ୟରୁ ସର୍ବାଧିକ ଚାଷ କ୍ଷୟକ୍ଷତି ହୋଇଛି, ଦଶରଥପୁର ବ୍ଲକ ଏବଂ ବିଞ୍ଝାରପୁର ବ୍ଲକରେ। ତେବେ ରଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ତଥ୍ୟ ପଠାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ବିଭିନ୍ନ ଅଞ୍ଚଳ ବୁଲି କ୍ଷୟ କ୍ଷତିର ଆକଳନ କରୁଛନ୍ତି କୃଷି ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ।
ତେବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କହିଛନ୍ତି ଜିଲ୍ଲାରେ ମୋଟ ୧୫ ହଜାର ହେକ୍ଟର ଧାନ ଚାଷଜମି କ୍ଷୟକ୍ଷତି ହୋଇଥିବା ବେଳେ ୬ ହଜାର ହେକ୍ଟର ଅଣ ଧାନ ସହ ୩୪୦ ହେକ୍ଟର ପନିପରିବା କ୍ଷୟ କ୍ଷତି ହୋଇଛି ବୋଲି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା କୃଷି ଅଧିକାରୀ। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ଅରୁଣ କୁମାର ବେହେରା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: