Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳ ବର୍ଷାରେ  ବେହାଲ ହେଲା ରାଜଧାନୀ, ଆହୁରି ଛେଚିବ

Manini Pattanayak
Browse all articles by Manini Pattanayak
·2 years ago·2 min read
ପ୍ରବଳ ବର୍ଷାରେ  ବେହାଲ ହେଲା ରାଜଧାନୀ, ଆହୁରି ଛେଚିବ

ଭୁବନେଶ୍ୱର: ବର୍ଷାରେ ଭିଜିଲା ଭୁବନେଶ୍ୱର। ପ୍ରବଳ ବର୍ଷାରେ  ବେହାଲ ହେଲା ରାଜଧାନୀ। ବର୍ଷାକୁ  ନେଇ ବିଭିନ୍ନ  ସ୍ଥାନରେ  ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ବର୍ଷା ପରେ ଗୁଳୁଗୁଳିରୁ ସାମାନ୍ୟ  ଅସ୍ବସ୍ତି ମିଳିଛି। ଗତକାଲି ବଙ୍ଗୋପସାଗରରେ  ସୃଷ୍ଟି  ହୋଇଥିବା ଘୁର୍ଣ୍ଣିବଳୟ  ଆଜି ସକ୍ରିୟ  ଥିବା ବେଳେ ରାଜ୍ୟରେ  ମୌସୁମୀ  ବି ସକ୍ରିୟ  ରହିଛି। ପ୍ରଭାବରେ ସାରା ରାଜ୍ୟରେ ୪  ଦିନ  ଯାଏ ବିଜୁଳି  ଘଡ଼ଘଡ଼ି ସହ  ବର୍ଷା  ହେବାର  ସମ୍ଭାବନା ଥିବା  ବେଳେ  କିଛି  ସ୍ଥାନରେ ପ୍ରବଳ  ବର୍ଷା ନେଇ ପୂର୍ବାନୁମାନ  କରିଛି  ପାଣିପାଗ  ବିଭାଗ। ଆସନ୍ତା  ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ୯ ଜିଲ୍ଲାରେ ପ୍ରବଳ ବର୍ଷା  ସମ୍ଭାବନା।  

ମାଲକାନଗିରି ,କୋରାପୁଟ ,ରାୟଗଡା ଗଜପତି, ଗଂଜାମ,କଳାହାଣ୍ଡି କନ୍ଧମାଳ, ନୂଆପଡା  ଓ ବରଗଡରେ ପ୍ରବଳ  ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ  ଜାରି  କରିଛି  ପାଣିପାଗ ବିଭାଗ।ସେହିପରି  ଆସନ୍ତାକାଲି  କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା। ମାଲକାନଗିରି  ଓ କୋରାପୁଟ  ରେ  ଅତିପ୍ରବଳ ସହ ଗଜପତି ରାୟଗଡା ନବରଙ୍ଗପୁର କଳାହାଣ୍ଡି ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି ପାଣିପାଗ ବିଭାଗ। ୨୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ ପାଇଁ  ପରାମର୍ଶ ଦେଇଛି ପାଣିପାଗ  ବିଭାଗ।  ସେପଟେ  ସାରା ରାଜ୍ୟରେ ମୌସୁମୀ  ବର୍ଷା  ଜାରି ରହିଥିବା ବେଳେ ଏବେବି ରାଜ୍ୟରେ ନିଅଁଟିଆ  ବର୍ଷା ରହିଛି ।

ଜୁନ ୧ ରୁ ଏଯାବତ ୯୯ ପ୍ରତିଶତ  ବର୍ଷା  ରେକର୍ଡ  ହୋଇଛି।ଯାହା ସ୍ୱାଭାବିକ ବର୍ଷାର ଠାରୁ ୪୨ ପ୍ରତିଶତ କମ ରହିଛି।ରାଜ୍ୟର ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମୟୁରଭଞ୍ଜ  କେନ୍ଦୁଝର  ବାଲେଶ୍ୱର ପୁରୀ  ଓ ବଲାଙ୍ଗୀରିରେ ଅଧିକ ନିଅଁଟିଆ ବର୍ଷା  ଅଧିକ ରେକର୍ଡ ହୋଇଛି। ସେପଟେ ଗତ  ୨୪ ଘଂଟାରେ  ଅନେକ ସ୍ଥାନରେ  ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହୋଇଥିବା  ବେଳେ ୩ଟି  ସହରରେ  ପ୍ରବଳ  ବର୍ଷା  ରେକର୍ଡ ହୋଇଛି। କଟକରେ  ସର୍ବାଧିକ  ୭୪.8 ମିମି ବର୍ଷା  ରେକର୍ଡ  ହୋଇଛି। ସେହିପରି  ଭବାନୀପାଟଣା ଓ ନୂଆପଡ଼ାରେ ସର୍ବାଧିକ  ୩୮ .୪ ଡିଗ୍ରୀ ତାପମାତ୍ରା  ରେକର୍ଡ  ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

Sponsored