Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ପ୍ରଭାବରେ ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାତ୍ୟା ପ୍ରଭାବରେ ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ:  ଦୁର୍ବଳ ହୋଇ ଡିପ ଡିପ୍ରେଶନ ର ରୂପ ନେବ ଦାନା । ବର୍ତ୍ତମାନ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଭଦ୍ରକର ଠାରୁ ୪୦ କିମି ଓ ଧାମରା ଠାରୁ ୭୦ କିମି ଦୁରରେ ରହିଛି l ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ, ଚାନ୍ଦବାଲି ରେ ସର୍ବାଧିକ ୧୫୮.୬ ମୀମି ବର୍ଷା ରେକର୍ଡ କରାଯାଇଛି l ସେହିଭଳି ବର୍ତ୍ତମାନ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା  ରେ ୭୦-୮୦ ବେଗରେ ପବନ, ଢେଙ୍କାନାଳ, ଜଗତସିଂପୁର, କଟକ, କେଉଁଝର ୬୫-୭୦ ବେଗରେ ବହୁଛି । ବାତ୍ୟା `ଦାନା' ପ୍ରଭାବରେ ରାଜଧାନୀରେ ବର୍ଷା ଲାଗି ରହିଛି ।

ପାଣିପାଗ କେନ୍ଦ୍ରର ସୂଚନା ଆନୁସାରେ ଶୁକ୍ରବାର ସନ୍ଧ୍ୟା 5ଟା ମଧ୍ୟରେ 23.2 ମିଲିମିଟର ବର୍ଷା ହୋଇଥିବା ବେଳେ ଲାଗି ରହିଛି ବର୍ଷା । ତେବେ ରବିବାର ପାଗରେ ପରିବର୍ତ୍ତନ ଆସିବ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ 3 ଦିନ ଯାଏ ଭୁବନେଶ୍ବର ସହର ଆକାଶ ମେଘାଚ୍ଛନ ରହିା ସହ କିଛି ସ୍ଥାନରେ ବର୍ଷା ହୋଇପାରେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy to very heavy rain in 17 districts under the influence of storm | Argus News