Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳରୁ  ଅତି ପ୍ରବଳ ବର୍ଷିବ,  ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ  

Manini Pattanayak
Browse all articles by Manini Pattanayak
·1 year ago·1 min read
ପ୍ରବଳରୁ  ଅତି ପ୍ରବଳ ବର୍ଷିବ,  ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ  

ଭୁବନେଶ୍ୱର: ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ-ସଂଲଗ୍ନ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି।  ଆସନ୍ତା ୩୬  ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଫଳରେ ଆଗାମୀ  ୩ ଦିନ ଅର୍ଥାତ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଂଟାରେ ପ୍ରବଳରୁ  ଅତି ପ୍ରବଳ  ବର୍ଷା ପାଇଁ ମାଲକାନଗିରି,  କୋରାପୁଟ ଓ  ନବରଙ୍ଗପୁର  ଜିଲାକୁ  ଅରେଞ୍ଜ  ବର୍ଣ୍ଣିଙ୍ଗ  ଜାରି  କରିଛି ପାଣିପାଗ ବିଭାଗ ।

ସେହିପରି  ପ୍ରବଳ ବର୍ଷା ପାଇଁ  ନୂଆପଡା, କଳାହାଣ୍ଡି, ରାୟଗଡା, ଗଂଜାମ ଓ ଗଜପତି  ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି  ବିଭାଗ । ସେହିପରି  ବିଜୁଳି ଘଡଘଡିର ସତର୍କତାକୁ  ନେଇ ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ , କଳାହାଣ୍ଡି, କେନ୍ଦ୍ରାପଡା, ଭଦ୍ରକ ,ଯାଜପୁର, କଟକ,  ଜଗତସିଂପୁର,  ପୁରୀ, ଖୋର୍ଦ୍ଧା ଓ ନୟାଗଡରେ  ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି   ଆସନ୍ତାକାଲି  ପ୍ରବଳରୁ ଅତି ପ୍ରବଳ  ବର୍ଷା ପାଇଁ ଗଜପତି,  ମାଲକାନଗିରି , କୋରାପୁଟ, ରାୟଗଡା ଓ ନବରଙ୍ଗପୁର ରେ ଅରେଞ୍ଜ ବର୍ଣ୍ଣିଙ୍ଗ  ସହ ପ୍ରବଳ ବର୍ଷା  ପାଇଁ  ନୂଆପଡା  କଳାହାଣ୍ଡି  ବଲାଙ୍ଗୀର କନ୍ଧମାଳ ଗଂଜାମ କୁ ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ। ସଦୃଶ ଲଘୁଚାପ  ଫଳରେ  ୧ ତାରିଖ ଯାଏ  ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ  କରାଯାଇଛି।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy to very heavy rains, preventing fishermen from going out to sea | Argus News