Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଚାର ପାଇଁ ଓଡ଼ିଶା ଆସିବେ ବିଜେପିର ହେଭିଓ୍ବେଟ ନେତା

Odisha

ପ୍ରଚାର ପାଇଁ ଓଡ଼ିଶା ଆସିବେ ବିଜେପିର ହେଭିଓ୍ବେଟ ନେତା

Ritu Das
Browse all articles by Ritu Das
·2 years ago·2 min read
ପ୍ରଚାର ପାଇଁ ଓଡ଼ିଶା ଆସିବେ ବିଜେପିର ହେଭିଓ୍ବେଟ ନେତା

ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ବିଜେପିର ବଡ ନେତା । 13 ତାରିଖ ଅର୍ଥାତ ଆସନ୍ତା କାଲି ଓଡିଶା ଆସିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର କରିବେ ସମୀକ୍ଷା । ସେହିପରି 15 ତାରିଖ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ। ସେ ପୁରୀ ଯାଇ ପ୍ରଭୁ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି | ଏହାବାଦ 22 ତାରିଖରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମାସ ଶେଷରେ ଜେ ପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ବି ରହିଛି । 

ସେପଟେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପଦାଧିକାରୀ, ଦ୍ବୀତିୟ ପର୍ଯ୍ୟାୟରେ ଜିଲ୍ଲା ସଭାପତି ଓ ଶେଷରେ ମୁଖପାତ୍ରଙ୍କ ସହ ଆଲୋଚନା କରିଛନ୍ତି ଉଭୟ ନେତା । ବୁଥ ଚାଲ ଅଭିଯାନ, ଗାଁକୁ ଚାଲ ଅଭିଯାନ, ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ପ୍ରଭାରୀ ଏବଂ ସହ ପ୍ରଭାରୀ। 

ସେପଟେ ନବୀନଙ୍କ ଲୋକପ୍ରିୟତା କମିବା ଷଷ୍ଠ ଥର ସରକାର ଗଢିବା ଦିଗରେ ବଡ ଅନ୍ତରାୟ ସୃଷ୍ଟି କରିଛି । 2019ରେ ନବୀନ 21 କୁ 21 ଲୋକସଭାରେ ବିଜୟ ହେବ ବୋଲି କହିଥିବା ବେଳେ 12 ଆସନ ସହ ଲାଗିଥିଲା ଶକ୍ତ ଧକ୍କା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ କଂଗ୍ରେସ ବି ନିଜର ବଡ ନେତା ତଥା ପ୍ରିୟଙ୍କା, ରାହୁଲ ଓ ସଚିନ ପାଇଲଟଙ୍କୁ ଆଣି ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଛି । କିନ୍ତୁ ଦଳର ଗ୍ରାଫ କହୁଛି 2009 ମସିହାରେ 33 ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ 2019 ମସିହାରେ ପାଇଥିଲା 16 ପ୍ରତିଶତ ଭୋଟ । ଲୋକସଭାରେ ଦଳକୁ ଗୋଟିଏ ଆସନ ସହ ଦଳ ସପକ୍ଷରେ ମାତ୍ର 13.99 ପ୍ରତିଶତ ଭୋଟ୍ ପଡିଥିଲା । ଆଉ 2019 ପରେ ମଧ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୁଡିକରେ କଂଗ୍ରେସର ଗ୍ରାଫ ଭୟଙ୍କର ଭାବେ ଖସିବାକୁ ଲାଗିଥିଲା ।

ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା। ବିଧାନସଭାରେ  କଂଗ୍ରେସକୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ  ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ  ସରକାରୀ କଳର ଖୁଲମଖୁଲା ଅପବ୍ୟବହାର ସତ୍ତ୍ବେ 30 ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ। ଏ ସବୁ ଭିତରେ ବିଭିନ୍ନ ସର୍ଭେ ରିପୋର୍ଟ ବି ବିଜେପିର ସଫଳତାର ଯାତ୍ରା ଆହୁରୀ ମଜଭୁତ ହୋଇଥିବା ଆକଳନ କରୁଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
Heavyweight | Argus News