Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଣ୍ଟାବାଞ୍ଜିର ଦାଦନ ସମସ୍ୟା ଉଠାଇ ପୁଣି ଶ୍ବେତପତ୍ର ଦାବି କଲେ କେନ୍ଦ୍ରମନ୍ତ୍ରୀ   

Odisha

କଣ୍ଟାବାଞ୍ଜିର ଦାଦନ ସମସ୍ୟା ଉଠାଇ ପୁଣି ଶ୍ବେତପତ୍ର ଦାବି କଲେ କେନ୍ଦ୍ରମନ୍ତ୍ରୀ   

Manini Pattanayak
Browse all articles by Manini Pattanayak
·2 years ago·2 min read
କଣ୍ଟାବାଞ୍ଜିର ଦାଦନ ସମସ୍ୟା ଉଠାଇ ପୁଣି ଶ୍ବେତପତ୍ର ଦାବି କଲେ କେନ୍ଦ୍ରମନ୍ତ୍ରୀ   

ସମ୍ବଲପୁର:  ହେଭିୱେଟଙ୍କ ନାମାଙ୍କନର ଦିନ । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମ୍ବଲପୁରରେ ଶୀତଳଷଷ୍ଠୀର ଭ୍ରମ ସୃଷ୍ଟି କଲା ଧର୍ମେନ୍ଦ୍ରଙ୍କ ବିଶାଳ ପଟୁଆର । ମା' ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁରବାସୀଙ୍କ ଆଶା ପୂରଣ ଲାଗି ଧର୍ମେନ୍ଦ୍ରଙ୍କ ସଂକଳ୍ପ । କଣ୍ଟାବାଞ୍ଜିର ଦାଦନ ସମସ୍ୟା ଉଠାଇ ପୁଣି ଶ୍ବେତପତ୍ର ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ରଣକ୍ଷେତ୍ର...ନିର୍ବାଚନ ପାଇଁ ହେଭିୱେଟ ଭରିଲେ ନାମାଙ୍କନ । ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିବାବେଳେ ଦ୍ବିତୀୟ ନିର୍ବାଚନ କ୍ଷେତ୍ର ଭାବେ ବଲାଙ୍ଗୀରର କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋଭାଯାତ୍ରାରେ ଟିଟଲାଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏପଟେ ଦଳୀୟ ସମର୍ଥକ ଓ କର୍ମୀଙ୍କ ଗହଣରେ ଧର୍ମେନ୍ଦ୍ରଙ୍କ ଶୋଭାଯାତ୍ରା ସମ୍ବଲପୁରରେ ଅଦିନରେ ଶୀତଳଷଷ୍ଠୀ ଯାତ୍ରାର ଭ୍ରମ ସୃଷ୍ଟି କରିଥିଲା । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ସମର୍ଥକ । ମା ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଲି ରାମଜୀମନ୍ଦିର, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା,ନନ୍ଦପଡା, ଦଳେଇପଡା, ମ୍ୟୁନିସପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲା । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ 4ସେଟ୍ ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନପତ୍ର ଦାଖଲ ସମୟରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପିର ସମସ୍ତ ବିଧାୟକ ପ୍ରାର୍ଥୀ, ରାଜ୍ୟ ବିଜେପିର ହେଭିୱେଟ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ମା ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁରବାସୀଙ୍କ ଆଶା, ଆକାଂକ୍ଷା ପୂରଣ କରିବାକୁ ସଂକଳ୍ପ ନେବା ସହ କଣ୍ଟାବାଞ୍ଜି ଉପରେ ନବୀନ ସରକାର ଶ୍ବେତପତ୍ର ଦେବାକୁ ଦାବି କରିଛନ୍ତି ଧର୍ମେନ୍ଦ୍ର । ଦାଦନ ପ୍ରସଙ୍ଗ ନେଇ ପୁଣି 24 ବର୍ଷର ସ୍ଥିର ସରକାରଙ୍କୁ କରିଛନ୍ତି ସଣ୍ଡୁଆସୀ ଆକ୍ରମଣ ।

ସେପଟେ ହେଭିୱେଟଙ୍କ ନାମାଙ୍କନ ପରେ ଉତ୍ସାହିତ ହୋଇଛନ୍ତି ସମର୍ଥକ । ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ, ଭୁବନେଶ୍ବର ଆସନ ପାଇଁ ନାମାଙ୍କନ ଭରିଛନ୍ତି ଅପରାଜିତା ଷଡଙ୍ଗୀ । ସେହିପରି ସୁନ୍ଦରଗଡ଼ ସଦର, ତଳସରା ଓ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କୁସୁମ ଟେଟେ, ଭବାନୀ ଭୋଇ ଓ ନରସିଂହ ମିଞ୍ଜ ବି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ଶ୍ରମ ନିୟୋଜନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ସେହିପରି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଉଛି ମଇଦାନ । ବିଜେପି ସହ ବିଜେଡି ହେଭିୱେଟ ପ୍ରାର୍ଥୀପତ୍ର ଦାଖଲ କରି ଲୋଡିଛନ୍ତି ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
The Union Minister raised the issue of the issue of kantabanji and demanded a sweta patra | Argus News