Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଳବୈଶାଖୀର ତାଣ୍ଡବ , ଏକର ଏକର ପନିପରିବା ଚାଷ ନଷ୍ଟ

Odisha

କାଳବୈଶାଖୀର ତାଣ୍ଡବ , ଏକର ଏକର ପନିପରିବା ଚାଷ ନଷ୍ଟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କାଳବୈଶାଖୀର ତାଣ୍ଡବ , ଏକର ଏକର ପନିପରିବା ଚାଷ ନଷ୍ଟ

ବଲାଙ୍ଗୀର : କାଳବୈଶାଖୀର ତାଣ୍ଡବ ରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳ ରେ ଏକର ଏକର ଜମି ରେ ପିଆଜ, ପାତଲଘଣ୍ଟା ସହ ଡାଲି ଜାତୀୟ ଫସଲ ପନିପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ହେବାରୁ ଘଡ଼ଘଡ଼ି ବର୍ଷା ହୋଇଥିଲା ।

ଅଧିକ ପଢନ୍ତୁ : ବଜ୍ରପାତରେ ଭାଇ ମୃତ, ଭଉଣୀ ଗୁରୁତର

ଏକର ଏକର ପନି ପରିବା ବର୍ଷା ରେ ପାତଳଘଣ୍ଟା ସବୁ ପଚି ସବୁ ନଷ୍ଟ ହେଉଥିବା ବେଳେ ପିଆଜ ପଚି ନଷ୍ଟ ହୋଇଛି ଖାଲି ସେତିକି ନୁହେଁ ବିଭିନ୍ନ ପନିପରିବା ଚାଷ ଉପରେ ପାଣି ଜମି ଥିବାରୁ ସବୁ ନଷ୍ଟ ହୋଇଛି ଏମିତି ପରିସ୍ଥିତିରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଚାଷୀ ମାନେ ଧାର କରଜ କରି ବିଭିନ୍ନ ଚାଷ କରିଥିଲେ ହେଲେ ଚାଷ ସବୁ ନଷ୍ଟ ହୋଇଯାଇଛି । ତୁରନ୍ତ କ୍ଷତିଗ୍ରସ୍ତ ଚାଷ କୁ ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hector of crops destroyed due to hurricane . | Argus News