Videos
|
Odisha

ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ ଘଟଣା, ଖୋଜୁଛି ହେଲିକପ୍ଟର

Banajyotshna Ray
Browse all articles by Banajyotshna Ray
·2 years ago
ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ ଘଟଣା, ଖୋଜୁଛି ହେଲିକପ୍ଟର

ଅର୍ଗସ ବ୍ୟୁରୋ:  ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ ଘଟଣା। ନିଖୋଜ ଯୁବକ ଜଣକ ହେଲେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନସେନ ବେହେରା। ବୁଧବାର ଅପରାହ୍ନରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ। ଗାଧୋଇବା ବେଳେ ପାଣିରେ ଭାସି ଯାଇଥିଲେ ହେମନ। କାଲିଠୁ ନିଖୋଜ ଅଛନ୍ତି ହେମନ। ତେବେ  ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଓ ପୋଲିସ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କୋଷ୍ଟଗାର୍ଡର ହେଲିକେପ୍ଟର ନିୟୋଜିତ ହୋଇଛି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦେଶ ଦେଇଥିଲେ ଏସଆରସି l ତେବେ ଘଟଣା ସ୍ଥଳରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ, ଛତ୍ରପୁର ଉପ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି। ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Helicopter is searching for missing young man who drowned in the sea | Argus News