Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇବେ ହେମାମାଳିନୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇବେ ହେମାମାଳିନୀ

ଭୁବନେଶ୍ବର : ଆଜି ପୁଣି ହେମାମାଳିନୀ କରିବେ ପ୍ରଚାର । ଦେବଗଡ଼ ବାରକୋଟରେ ଜନସଭାକୁ ସମ୍ବୋଧିତ କରିବା ସହ ପାଲଲହଡ଼ାରେ ଜନସଭାକୁ କରିବେ ସମ୍ବୋଧନ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଣାଇ ଓ ରାଜଗାଙ୍ଗପୁରରେ ଜନସଭାକୁ କରିବେ ସମ୍ବୋଧନ । 

ଅଧିକ ପଢନ୍ତୁ : ରାଜଧାନୀରେ ଡ୍ରିମଗାର୍ଲ, ବିଜେପିର ଷ୍ଟାରକ୍ୟାମ୍ପନର ହେମାମାଳିନୀ

ଗତକାଲି ଭୁବନେଶ୍ବର ସାଲିଆସାହିରେ ନିର୍ବାଚନୀ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ହେମାମାଳିନୀ । ଏହାପରେ ଭୁବନେଶ୍ବର କଟକରେ ରହିଥିଲା ଦଳୀୟ କାର୍ଯ୍ୟକ୍ରମ । ସେହିପରି ଗତକାଲି କଟକ ଲୋକସଭା କ୍ଷେତ୍ର ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ଲୋକସଭା ପାର୍ଥି ଭର୍ତ୍ତୃହରି ମହତାବ ଓ କଟକ ବାରବାଟି ବିଧାନସଭା ପାର୍ଥି ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲାଗି ଜୋରଦାର ପ୍ରଚାର କରିଥିଲେ । ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ,ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ନ ଯିବା ପ୍ରସଙ୍ଗରେ ବିଜେଡି ସରକାର ଙ୍କୁ ସିଧା ନିଶାନା କରିଥିଲେ ରେଳମନ୍ତ୍ରୀ। ଓଡ଼ିଆ ଅସ୍ମିତା ଆଜି ବିପଦରେ ତାକୁ ବଞ୍ଚାଇବାକୁ ପଡିବ ଆହ୍ୱାନ ଦେଇ ଏଥର ପରିବର୍ତ୍ତନ ହେବ ଓ ବିଜେଡି ସରକାରର ପତନ ନିଶ୍ଚିତ ବୋଲି କହିଥିଲେ ଅଶ୍ୱିନୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hema Malini will come down to the campaign ground again today in odisha | Argus News