ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ, ବିଶେଷ ସମ୍ପର୍କ ଅଭିଯାନରେ ଯୋଗ ଦେବେ
·2 years ago

ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱଶର୍ମା । ବିଶେଷ ସମ୍ପର୍କ ଅଭିଯାନରେ ଯୋଗଦେଇ ବୁଦ୍ଧିଜୀବୀ ମାନଙ୍କ ସହ ସେ ଆଲୋଚନା କରିବେ । ଏହାପରେ ସେ ଓଡ଼ିଶାରୁ ଫେରି ଯିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । “ବିକଶିତ ଭାରତ ବିକଶିତ ଓଡ଼ିଶା” ନିର୍ମାଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଓଡ଼ିଶା ଚାହୁଁଛି ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତ୍ତନ ନିର୍ବାଚନ ହେବ । ଓଡିଶାରେ ହେବ ବିଜେପିର ସରକାର ଓ କେନ୍ଦ୍ରରେ ପୁଣି ଥରେ ହେବ ମୋଦି ସରକାର ବୋଲି କହିଛନ୍ତି ଗୋଲକ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

