Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ

Manini Pattanayak
Browse all articles by Manini Pattanayak
·2 years ago·1 min read
ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ

ଭୁବନେଶ୍ୱର:  ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି ମାତ୍ର ୧୨୨ । ଏବେ ରାଜ୍ୟର ୩୮ ବନଖଣ୍ଡରେ ଅଛନ୍ତି ୨ ହଜାର ୯୮ ହାତୀ । ୨୦୧୭ରେ ଏ ସଂଖ୍ୟା ଥିଲା ୧ ହଜାର ୯୭୬ । ରାଜ୍ୟରେ ଥିବା ହାତୀଙ୍କ ମଧ୍ୟରୁ ୪୭୪ଟି ପୁରୁଷ ହାତୀ ଥିବା ବେଳେ ୧ ହଜାର ୩୯ଟି ମାଈ ହାତୀ ଓ ୫୯୪ଟି ଛୁଆ ହାତୀ ଅଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, ରାଜ୍ୟରେ ଏବେ ହାତୀଙ୍କ ସଂଖ୍ୟା ବଢ଼ିଛି ।

ରାଜ୍ୟର ହାତୀ ଧାରଣ କ୍ଷମତା ଅନୁସାରେ ରାଜ୍ୟରେ ହାତୀଙ୍କ ସଂଖ୍ୟା ଠିକ୍ ରହିଛି । ତେବେ ଶୀତ ଋତୁରେ ପଡ଼ୋଶୀ ରାଜ୍ୟରୁ ହାତୀ ଆସିଥିବାରୁ ସେ ସମୟରେ ରାଜ୍ୟର ହାତୀଙ୍କ ସଂଖ୍ୟା ଜାଣିବା ପାଇଁ ନଭେମ୍ୱର ୧୫ରୁ ୧୭ ଯାଏଁ ପୁଣି ଥରେ ହାତୀ ଗଣନା କରାଯିବ । ତେବେ ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ ହାତୀ ମରିଛନ୍ତି । ଅର୍ଥାତ୍ ବର୍ଷକୁ ମାତ୍ର ୩-୪ % ହାତୀ ମରୁଛନ୍ତି ଯାହାକି ସ୍ଵାଭାବିକ।  ଏମିତିକି ଗତ ବର୍ଷ ମାତ୍ର ୬୬ ହାତୀଙ୍କ ମୃତ୍ୟୁ ହୋଇଛି । ତେବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Here comes the state's own elephant census report | Argus News