Videos
|
Odisha

ହାଇଟେକ୍‌ରେ ଉତ୍ତେଜନା, DNA ଦୂର କରିବ ଦ୍ୱନ୍ଦ୍ୱ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ହାଇଟେକ୍‌ରେ ଉତ୍ତେଜନା, DNA ଦୂର କରିବ ଦ୍ୱନ୍ଦ୍ୱ

ଅର୍ଗସ ବ୍ୟୁରୋ: ହାଇଟେକ୍‌ରେ ଉତ୍ତେଜନା । ସ୍ୱାମୀକୁ ଖୋଜିବାକୁ ଆସିଛି ସ୍ତ୍ରୀ, ପୁଅ ମୃତ ନା ଜୀବିତ ତାହା ଜାଣିପାରୁନି ବାପା । ପରିବାର ଲୋକେ ଖୋଜୁଛନ୍ତି ପୁଅକୁ ।  ଦୁଇ ଦୁଇଟି ପରିବାର ଏବେ ଦ୍ୱନ୍ଦରେ। ଦୁଃଖର ଲହରି ଖେଳିଯାଇଛି ଦୁଇଟି ପରିବାର ଉପରେ। କାହା ସ୍ତ୍ରୀ ଏଠି ମୁଣ୍ଡ ପିଟି କାନ୍ଦୁଛି ତ ଆଉ କାହା ସ୍ତ୍ରୀ ସ୍ୱାମୀର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲାଣି। ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଛି ବଡ଼ ଧରଣର ତ୍ରୁଟି । ପରିଚୟ ଭୁଲରୁ ଉଜୁଡିଯାଇଛି ଦୁଇ ଦୁଇଟି ସୁନାର ସଂସାର । କେବେ ଏହାର ଦାୟୀ କିଏ ରହିବ। ପ୍ରକୃତରେ ଘଟଣାକ୍ରମ କଣ ଥିଲା, ତାହା ଜଣାପଡିନାହିଁ। 

ସ୍ବାମୀ ବଞ୍ଚିଥାଉ ଥାଉ ଭୁଲରେ ମୃତ ଖବର ଶୁଣି ଆତ୍ମହତ୍ୟା କରିଦେଇଛନ୍ତି ସ୍ତ୍ରୀ । ପୁଅ ଭାବି ଅନ୍ୟର ଶବକୁ ଅନ୍ତିମ ସଂସ୍କାର କରିଦେଇଛନ୍ତି ପରିବାର ଲୋକେ । ଗୋଟିଏ ପରିବାରରେ ଦୁଃଖ ପରେ ଦୁଃଖ ପାହାଡ଼ ସାଜି ଖସି ଚାଲିଥିବା ବେଳେ ଅନ୍ୟ ଏକ ପରିବାରର ଖୁସି କ୍ଷଣିକରେ ଧୂଆଁ ହୋଇଯାଇଛି । ହାଇଟେକ ବିସ୍ଫୋରଣରେ ପୁଅ ବଞ୍ଚିଥିବାର ଖବର ପାଇ ଯେଉଁ ପରିବାର ଖୁସିରେ ଥିଲେ ଏବେ ସେଠି ମନରେ ଭରିଛି ଅବିଶ୍ବାସ । ମୃତ ଦିଲ୍ଲୀପ ସାମନ୍ତରାୟ ବଞ୍ଚିଥିବା ଜଣା ପଡିଛି। ଭେଣ୍ଟିଲେଟରରୁ ବାହାରିବା ପରେ ଦିଲୀପ ଡାକ୍ତରକୁ କହିଥିଲେ।

ଏହାପରେ ମାନସିକ ବିଶେଷଜ୍ଞଙ୍କୁ ମଧ୍ୟ ଡାକି ଯାଞ୍ଚ କରାଯାଇଥିଲା। କିନ୍ତୁ ଦିଲୀପଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ମୃତଦେହ ଜ୍ୟୋତି ରଂଜନ ମଲିକଙ୍କର ବୋଲି ଜଣା ପଡିଛି। ଉଭୟ ପରିବାର ମେଡିକାଲରେ ପହଞ୍ଚିଛନ୍ତି । ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ପରିସ୍ଥିତି । ସେପଟେ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ଦ୍ବନ୍ଦ୍ବ ଦୂର କରିବାକୁ ଡିଏନଏ ଟେଷ୍ଟ କରାଯିବ । ତେବେ ଜ୍ୟୋତିଙ୍କ ଶବକୁ ନିଜ ପୁଅର ବୋଲି ଭାବି ଅନ୍ୟଏକ ପରିବାର ତାକୁ ଅନ୍ତିମ ସଂସ୍କାର କରିଦେଇଛନ୍ତି। କିନ୍ତୁ ଅନ୍ୟପଟେ ଆଉ ଗୋଟିଏ ପରିବାର ଏବେ ଦୁଃଖରେ ପଡିଯାଇଛି। ଡିଏନଏ ରିପୋର୍ଟ ଆସିବା ପରେ ସବୁ ସତ ସାମ୍ନାକୁ ଆସିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

hi-tech medical blast case, DNA will eliminate confusion | Argus News