High Court Judgment / ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ସମ୍ପର୍କ ଦୁଷ୍କର୍ମ ନୁହେଁ,ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
·3 months ago·2 min read

Key Points
ସହମତିରେ ସମ୍ପର୍କ ଦୁଷ୍କର୍ମ ନୁହେଁ
ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଜଷ୍ଟିସ ଏସ୍.କେ. ପାଣିଗ୍ରାହୀଙ୍କ ରାୟ
ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଜଷ୍ଟିସ ଏସ୍.କେ. ପାଣିଗ୍ରାହୀଙ୍କ ରାୟ
କଟକ,୨୯/୦୫: ଏଣିକି ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ପରେ ବଳାତ୍କାର ମାମଲାର ରୂପ ଦିଆଯାଇପାରିବ ନାହିଁ । ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି । ଅଭିଯୁକ୍ତ ପଙ୍କଜ ଚୌଧୁରୀଙ୍କ ପକ୍ଷରୁ ଆଗତ ରିଟ୍ ଅପିଲ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି । ଏହି ଅବସରରେ ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିବା ସହ ଅଭିଯୁକ୍ତକୁ ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ, ଜଣେ ମହିଳାଙ୍କ ସ୍ୱାମୀ ୨୦୨୨ ମେ’ ୨୧ ବାଲିଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଅଭିଯୁକ୍ତ ପଙ୍କଜ ଚୌଧୁରୀ ଘରେ ପଶି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୁଲିସ୍ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଥିଲା । ଅଭିଯୁକ୍ତ ବିରୋଧରେ ବଳାତ୍କାର ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହି ମାମଲାରେ ଜୟପୁରର ଅତିରିକ୍ତ ସେସନ୍ସ ଜଜ୍(ଫାଷ୍ଟ ଟ୍ରାକ) ସ୍ପେସାଲ କୋର୍ଟ ୨୦୨୫ ଜୁଲାଇରେ ପଙ୍କଜଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର କାରାଦଣ୍ଡ ଶୁଣାଇଥିଲେ । ଏହି ଦଣ୍ଡାଦେଶ ବିରୋଧରେ ପଙ୍କଜ ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପଢନ୍ତୁ ଏହି ଖବର: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ପେନସନ୍ ଉପରେ ଅଛି ଅବୈଧ ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କ ଅଧିକାର
ଅଦାଲତ ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ କହିଛନ୍ତି ଯେ, ମାମଲାର ପରିସ୍ଥିତିରୁ ଏହା ପରସ୍ପର ସହମତିରେ ହୋଇଥିବା ସମ୍ପର୍କ ପରି ଜଣାପଡ଼ୁଛି । ସହମତିରେ ହୋଇଥିବା ଶାରୀରିକ ସମ୍ପର୍କକୁ ପରବର୍ତ୍ତୀ ସମୟରେ ବଳାତ୍କାର ଆଖ୍ୟା ଦିଆଯାଇପାରିବ ନାହିଁ । ପୀଡ଼ିତାଙ୍କ ଶରୀରରେ କୌଣସି ଚିହ୍ନ କିମ୍ବା ଆଘାତ ମିଳିନଥିଲା ବୋଲି ମେଡିକାଲ ଅଫିସରଙ୍କ ସାକ୍ଷ୍ୟ ଦର୍ଶାଉଛି । ଘଟଣା ଘଟିବା ପରେ ବିଳମ୍ବରେ ଏଫ୍ଆଇଆର୍ ଦାଏର କରିବାରେ କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇ ପାରି ନାହିଁ । ଅନ୍ୟପକ୍ଷରେ ପୀଡ଼ିତା ନିଜେ ସ୍ୱୀକାର କରିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କ ସ୍ୱାମୀଙ୍କ ପରିଚିତ ଥିଲେ ଏବଂ ସେମାନଙ୍କ ଘରକୁ ପ୍ରାୟତଃ ଯାତାୟାତ କରୁଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାମଲାର ସମସ୍ତ ଦିଗ ଏବଂ ସାକ୍ଷ୍ୟ ପ୍ରମାଣକୁ ଅନୁଧ୍ୟାନ କରିବା ପରେ ଅଦାଲତ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ରଦ୍ଦ କରିବା ସହ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ସୁବୋଧ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ ।
Related Topics
Explore more stories