Pension Rights / ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ପେନସନ୍ ଉପରେ ଅଛି ଅବୈଧ ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କ ଅଧିକାର
·1 day ago·2 min read

Key Points
ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ଦ୍ଵିତୀୟ ବିବାହ କରିବା ଅବୈଧ । ହେଲେ ଦ୍ଵିତୀୟ ପତ୍ନୀଙ୍କ ଠାରୁ ଜନ୍ମିତ ସନ୍ତାନର ଅଧିକାର ବାପାଙ୍କ ପେନସନ୍ ଉପରେ ରହିଛି । ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ ।
ନୂଆଦିଲ୍ଲୀ: ଅବୈଧ ସମ୍ପର୍କରୁ ଜନ୍ମିତ ସନ୍ତାନଙ୍କ ଅଧିକାର ପେନସନ ଉପରେ ରହିଛି । ଜଣେ ରେଲୱେ କର୍ମଚାରୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି କରି ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି କୋଲକାତା ହାଇକୋର୍ଟ । ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ଭବିଷ୍ୟତରେ ଏଭଳି ମାମଲା ପାଇଁ ଏକ ଉଦାହରଣ ହେବ ।
ପୂର୍ବତଟ ରେଲୱରେ ଗେଟମ୍ୟାନ୍ ଭାବେ କାର୍ଯ୍ୟରତ ବ୍ୟକ୍ତିଙ୍କ ସହ ଏହି ମାମଲା ଜଡ଼ିତ । କୋଲକାତା ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ବ୍ୟକ୍ତି ଜଣଙ୍କର ପ୍ରଥମ ପତ୍ନୀ ଓ ଦ୍ଵିତୀୟ ପତ୍ନୀଙ୍କ ଠାରୁ ଜନ୍ମିତ ୧୫ ବର୍ଷୀୟ ଝିଅ ନାଁ ସର୍ଭିସ୍ ଓ ପେନସନ ବୁକ୍ରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଏଥିସହ ପଢ଼ନ୍ତୁ: ବିବାହିତ ପୁରୁଷ ଲିଭ୍-ଇନ୍ ରିଲେସନସିପରେ ରହିବା କୌଣସି ଅପରାଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ
ଛାଡ଼ପତ୍ର ନ ଦେଇ ଦ୍ଵିତୀୟ ବିବାହ
ତେବେ ବ୍ୟକ୍ତିଜଣଙ୍କ ତାଙ୍କର ପ୍ରଥମ ପତ୍ନୀକୁ ଛାଡ଼ି ଦେଇଥିଲେ । ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ କରିଥିଲେ ଦ୍ଵିତୀୟ ବିବାହ । ପ୍ରଥମ ପତ୍ନୀଙ୍କ କହିବା ଅନୁସାରେ, ତାଙ୍କ ପୁଅଙ୍କ ନାଁ ସର୍ଭିସ୍ ବୁକ୍ରୁ ହଟାଇ ଦିଆଯାଇଛି । ମୋ ଅସୁସ୍ଥତା ହେତୁ ସ୍ଵାମୀ ମୋତେ ଛାଡ଼ି ଦେଇଥିଲେ ।
ଏପରିକି ତାଙ୍କୁ ନ ଜଣାଇ ସ୍ଵାମୀ ଦ୍ଵିତୀୟ ବିବାହ କରିଥିବା ପ୍ରଥମ ପତ୍ନୀ ଅଭିଯୋଗ ଆଣିଛନ୍ତି । ୨୦୨୫ ଡିସେମ୍ବର ୩୧ରେ ବ୍ୟକ୍ତି ଜଣଙ୍କ ଅବସର ନେଇଥିବା ବେଳେ ସର୍ଭିସ୍ ଓ ପେନସନ ବୁକ୍ରେ ପୁଅ ସ୍ଥାନରେ ଦ୍ଵିତୀୟ ପତ୍ନୀ ଓ ତାଙ୍କ ଝିଅ ନାଁ ରହିଛି । ମହିଳା ଜଣଙ୍କ କହିଛନ୍ତି ଯେ, ୨୦୧୨ରୁ ଆମ ମଧ୍ୟରେ ଭରଣପୋଷଣ ମାମଲା ଚାଲିଛି । ଆମ ମଧ୍ୟରେ ଏ ପର୍ଯ୍ୟନ୍ତ ଛାଡ଼ପତ୍ର ହୋଇ ନାହିଁ ।
ଯଦିଓ ଆମେ ଅଲଗା ରହୁଛୁ । ତଥାପି ୨୦୧୨ରୁ ମୋତେ ମୋ ସ୍ଵାମୀ କୌଣସି ଭତ୍ତା ଦେଇ ନାହାନ୍ତି । ମୁଁ ବହୁତ କଷ୍ଟରେ ଜୀବନ କାଟୁଛି । ଏହାକୁ ନେଇ ପ୍ରଥମ ସ୍ତ୍ରୀ ରେଲୱେର ଦ୍ଵାରସ୍ଥ ହୋଇଥିବା ବେଳେ ହିନ୍ଦୁ ବିବାହ ଆଇନ୍ରେ ଛାଡ଼ପତ୍ର ବିନା ଦ୍ଵିତୀୟ ବିବାହ ଅବୈଧ । ଆଇନତଃ ପ୍ରଥମ ପତ୍ନୀ ଓ ଦ୍ଵିତୀୟ ବିବାହରୁ ଜନ୍ମିତ ଝିଅକୁ ପେନସନ୍ ଅଧା ଅଧା ମିଳିବା କଥା । ଯାହାକୁ ନେଇ ମାମଲା ହାଇକୋର୍ଟ ପହଞ୍ଚିଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପ୍ରାପ୍ତବୟସ୍କ ଝିଅ ନିଜ ଇଚ୍ଛାରେ ଯେଉଁଠି ବି ରହିପାରିବେ
କ'ଣ କହିଲେ ହାଇକୋର୍ଟ ?
ତେବେ ପ୍ରଥମ ପତ୍ନୀ ନିଜେ ଅଲଗା ହୋଇ ଯାଇଥିବା କୋର୍ଟରେ କହିଛନ୍ତି ବ୍ୟକ୍ତି ଜଣଙ୍କର ଓକିଲ । ମାମଲାର ଶୁଣାଣି ବେଳେ ଜଷ୍ଟିସ୍ କୃଷ୍ଣ ରାଓ କହିଛନ୍ତି, ଛାଡ଼ପତ୍ର ନେଇ କୌଣସି କାଗଜପତ୍ର ନାହିଁ । ଏଭଳି ସ୍ଥିତିରେ ପ୍ରଥମ ପତ୍ନୀ ଆଇନତଃ ଅଧିକାର ପାଇବ । ତେବେ ଦ୍ଵିତୀୟ ବିବାହ ଅବୈଧ, କିନ୍ତୁ ସନ୍ତାନର ଅଧିକାର ରହିଛି । ତେଣୁ ଦ୍ଵିତୀୟ ପତ୍ନୀଙ୍କ ଜିଅ ନାଁ ସାମିଲ୍ କରାଯାଉ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories