Videos
|
Odisha

ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, କୋକେନ ଜାହାଜକୁ ବାନ୍ଧ  

Manini Pattanayak
Browse all articles by Manini Pattanayak
·2 years ago
ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, କୋକେନ ଜାହାଜକୁ ବାନ୍ଧ  

 କଟକ:  ଜାହାଜକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏମଭି ଦେବୀ ନାମକ ଜାହାଜକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ପ୍ରାଇଭେଟ ଲିମିଟେଡକୁ ବ୍ୟବହାର କରି ଭଡ଼ା ବାବଦକୁ 7 କୋଟି 95 ଲକ୍ଷ ଟଙ୍କା ନଦେବାରୁ ଏହି ଜାହାଜକୁ ଗିରଫ କରିବା ପାଇଁ ବର୍ତ୍ତମାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ ଏହି ଜାହାଜରୁ 22 କେଜି କୋକେନ୍ ଜବତ କରାଯାଇଥିଲା। ପାରାଦୀପରେ ହିଁ ଏହି ଜାହାଜକୁ ଗିରଫ ପାଇଁ କୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ପିଆଇସିଟି ପକ୍ଷରୁ ଆଗତ ମାମଲାର ଶୁଣାଣୀ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ 7 ରେ ମାମଲାର ପରବର୍ତ୍ତୀ ଶୁଣାଣୀ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: