Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଶୁଣାଣ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

Banajyotshna Ray
Browse all articles by Banajyotshna Ray
·2 years ago
କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା,  ଶୁଣାଣ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ଅର୍ଗସ ବ୍ୟୁରୋ:  କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା । ହାଇକୋର୍ଟରେ ଶୁଣାଣି ଶେଷ । ଶୁଣାଣ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ନିଯୁକ୍ତି ପ୍ରକ୍ରିୟା ଉପରେ ବଳବତ୍ତର ରହିବ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ଏବେ ବି ଆନ୍ଦୋଳନ ଜାରି ରଖିଛନ୍ତି କନିଷ୍ଠ ଶିକ୍ଷକ ଆଶାୟୀ । ବୁଧବାର ମାମଲାର ଚୂଡାନ୍ତ ଶୁଣାଣି ଚାଲିଥିଲା।

ଆବେଦନକାରୀଙ୍କ ପକ୍ଷରୁ ପ୍ରଶ୍ନ ଉଠିଥିଲା କି, ଶିକ୍ଷକ ନିଯୁକ୍ତି ଜିଲ୍ଲା ଭିତ୍ତିକ ହେଉଛି ନା ରାଜ୍ୟ ଆଧାରରେ। ତେବେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଥିବାବେଳେ ନିୟମରେ କାହିଁକି ପରିବର୍ତ୍ତନ କରାଗଲା ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ଯାହା କୌଣସି ମୁହୂର୍ତ୍ତରେ ପ୍ରକାଶ ପାଇପାରେ। ଏହାସହ କିଛି ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ତ  ହୋଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
High Court puts interim stay on Odisha Junior Teacher recruitment | Argus News