Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକାଶ ଛୁଆଁ ଦର, ପିଆଜ କେଜି ୭୦ ପାର 

Manini Pattanayak
Browse all articles by Manini Pattanayak
·2 years ago
ଆକାଶ ଛୁଆଁ ଦର, ପିଆଜ କେଜି ୭୦ ପାର 

ଭୁବନେଶ୍ୱର: ପିଆଜ ଦର ଆକାଶ ଛୁଆଁ । ଖୋଲା ବଜାରରେ ଦର କେଜି ପ୍ରତି ୭୦ ଟଙ୍କା ଥିବା ବେଳେ, ଖାଉଟି ଉପରେ ଏବେ ଚଡ଼କ ପଡ଼ିଛି ।  ହୁ ହୁ ହୋଇ ବଢିବାରେ ଲାଗିଛି  ପିଆଜର ବର୍ଦ୍ଧିତ ଦର। ହାଟକୁ ଗଲେ ପିଆଜକୁ ଆଣିବାକୁ ସାହସ ପାଉନି।  ଗୋଟିଏ କେଜି ତ ଦୂରର କଥା ଅଧକେଜି ବି ଆଣିବାକୁ ବାଧୁଛି ।

 ସେପଟେ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ନାଫେଡ୍ । କେନ୍ଦ୍ର ସରକାରଙ୍କ ନାଫେଡ୍‌ ସଂସ୍ଥା ପକ୍ଷରୁ ୨୫ ଟଙ୍କା ଦରରେ ଖାଉଟିଙ୍କୁ ଦିଆଯାଉଛି ପିଆଜ । ମୁଣ୍ଡ ପିଛା ୨ କିଲୋ ଲେଖାଏଁ ପିଆଜ ନାଫେଡ ପକ୍ଷରୁ ଦିଆଯାଉଛି । ଆଉ କମ ଦରରେ ପିଆଜ ନେବା ପାଇଁ ନାଫେଡ ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଭୁବନେଶ୍ବରରେ ଏକ ସ୍ଥାନରେ ଖାଉଟିଙ୍କୁ ପିଆଜ ବିକ୍ରି କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
high prices, onions cost 70 per kg | Argus News