ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ
·1 year ago

ଅର୍ଗସ ବ୍ୟୁରୋ: ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ । ସମ୍ବଲପୁର ଚାଉରପୁର ବ୍ରିଜ ଉପରେ ସାଇକେଲ ରଖି ମହାନଦୀ କୁ ଡେଇଁଲେ । ଘଟଣା ସ୍ଥଳକୁ ଅଗ୍ନିସମ ବିଭାଗ ପହଁଛି ଖୋଜା ଖୋଜି ଚାଲିଛି । ପରିବାର ଲୋକେ ଏ ଖବର ପରେ ଭାଙ୍ଗି ପଡିଛନ୍ତି। ଖୋଜାଖୋଜି ଚାଲିଥିବା ବେଳେ ଝିଅର ବାପା ଅଭିଯୋଗ ଆଣିଛନ୍ତି କି ସ୍କୁଲରେ ତାକୁ କିଏ କିଛି କହିଛି। ଯେଉଁଥିପାଇଁ ମୋ ଝିଅ ଡେଇଁପଡିଛି। ନିଖୋଜ ଯୁବତୀ ମଣ୍ତଳିଆର ନବମ ଶ୍ରେଣୀ ଛାତ୍ରୀ କାଜଳ ସାହାଣୀ । ସକାଳୁ ଘରୁ ଜଳଖିଆ କରି ସ୍କୁଲ ପାଇଁ ବାହାରିଥିଲେ । ସମ୍ବଲପୁର, ବୁର୍ଲା ଓ ମାନେଶ୍ଵର ଅଗ୍ନିଶମର ୩ ଟିମ୍ ଖୋଜାଖୋଜି ଜାରି ରଖିଛି । ପୂର୍ବରୁ ମଧ୍ୟ ତାଙ୍କର ଗୋଟିଏ ଝିଅ ପାଣିରେ ଭାସି ମୃତ୍ୟ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: