Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାହାଡ ଜଙ୍ଗଲ ଡେଇଁ ପହଞ୍ଚି ପାରୁନି ବିକାଶ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାହାଡ ଜଙ୍ଗଲ ଡେଇଁ ପହଞ୍ଚି ପାରୁନି ବିକାଶ

Key Points

ଦୁର୍ଗମର ଅକୁହା ଯନ୍ତ୍ରଣା
ପ୍ରକୃତିର କୋଳରେ ବିତୁଛି ଅଭିଶପ୍ତ ଜୀବନ
ପାହାଡ ଜଙ୍ଗଲ ଡେଇଁ ପହଞ୍ଚି ପାରୁନି ବିକାଶ

ଅର୍ଗସ ବ୍ୟୁରୋ:  ନା ରାସ୍ତା ଅଛି ନା ଜୀବନ ଜୀଇବା ପାଇଁ ଅଛି କୌଣସି  ଜୀବିକା । ଆଜିବି ବଞ୍ଚାଇ ରଖିଛି ଜଙ୍ଗଲ ଜାତ ଦ୍ରବ୍ୟ । କିଛି ଲୋକ ପାହାଡିଆ ପାଣିକୁ ଭରସା କରି ମାଣ୍ଡିଆ ଓ ସୁଆ ଚାଷ କରି ସେଥିରୁ କିଛି କିଛି ରୋଜଗାର କରନ୍ତି। ଶିକ୍ଷା , ସ୍ୱାସ୍ଥ୍ୟ ସେବା  ଏହି  ଦୁର୍ଗମ ଅଂଚଳରେ ଅପହଞ୍ଚ। ଏଭଳି ପାହାଡିଆ ଗାଁ ହେଉଛି  ବୋରିଗୁମ୍ମା ବ୍ଲକର ବିଜାପୁର ପଞ୍ଚାୟତର ବାଣୁଆ ଗୁଡା ଗାଁ।

ସଦର ମୋହକୁମା ଠାରୁ ୧୦ କିମି ଦୂରରେ ଅବସ୍ଥାପିତ ବାଣୁଆ ଗୁଡା ଗାଁ। ଗାଁକୁ ଯିବାକୁ ହେଲେ ଆମ୍ବଡିଗୁଡା  ଠାରୁ  ଦୁଇ ପଟେ ଘଞ୍ଚ ଜଙ୍ଗଲ  ମଝିରେ  ଅଙ୍କା ବଙ୍କା ପଥୁରିଆ ପଦଚଲା ରାସ୍ତାରେ ତିନିଟି ପାହାଡ଼ ଅତିକ୍ରମ କରିବାକୁ ପଡେ । ସ୍ୱାଧିନତାର ବହୁ ବର୍ଷ ପରେ ବି  ଏଠି ବିକାଶ ତ ଦୁରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି। ଗାଁରେ ୫୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି ହେଲେ ଏଯାଏଁ ଗାଁକୁ ହୋଇ ପାରିନି ରାସ୍ତ ସଂଯୋଗ। ପାନୀୟ ଜଳ ଯୋଗାଣ କଥା ନ କହିଲେ ଭଲ। ପାଣି ପାଇଁ ଗୋଟିଏ ଟ୍ୟାଙ୍କ ବ୍ୟବସ୍ଥା ହୋଇଛି କିନ୍ତୁ ସେହି ପାଣି ବି ପିଇବା ପାଇଁ  ଅନୁପଯୁକ୍ତ  l ଫଳରେ ପାହାଡିଆ ଝରଣା ପାଣି କିମ୍ବା ଚୁଆଁ  ପାଣି ହିଁ ଏମାନଙ୍କର ଭରସା ।

ଗାଁକୁ ଦେଖିଲେ ସ୍ପଷ୍ଟ ହୁଏ ଏଠି ସରକାରୀ ଯୋଜନା ଅପହଞ୍ଚ। ଗାଁର ଆରମ୍ଭରୁ ଶେଷ ଯୁଆଡେ ଦେଖିବ ମାଳମାଳ ଚାଳ ଘର। ସରକାଙ୍କ ଆଭାସ ଯୋଜନାରେ ମାତ୍ର କିଛି ପରିବାର ଏଠି ଘର ପାଇଛନ୍ତି। ଅନ୍ୟ ମାନେ ଏବେବି ଆବାସ ପାଇବା ଅପେକ୍ଷାରେ ଅଛନ୍ତି। ଗାଁରେ ଅଙ୍ଗନୱାଡି କେନ୍ଦ୍ର ରହିଥିଲେ ବି ସଠିକ ପରିଚାଳିତ ହୋଇପିପାରୁନି। ଫଳରେ କୁନିକୁନି ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ଠାରୁ ବଞ୍ଚିତ ହୋଉଛନ୍ତି। ସେଭଳି ଗାଁରେ ଥିବା ପୁରୁଣା ସ୍କୁଲ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥରୁ ଅଷ୍ଟମ ପାର୍ଯ୍ୟନ୍ତ ଚାଲିଛି ଶିକ୍ଷାଦାନ। ଏହି ଗାଁରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ମାତ୍ର ଶିକ୍ଷାର ଅଭାବ କାରଣରୁ ଏମାନଙ୍କୁ ଭାଷା ଗତ ସମସ୍ୟା ସବୁ ବେଳେ ଉପୁଜେ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି  ଉପାନ୍ତ ଗାଁରେ ଗତ ୪ମାସ ତଳେ ପହଞ୍ଚିଥିଲା ଅର୍ଗସ ନ୍ୟୁଜର ସ୍ବତନ୍ତ୍ର ଟିମ। ଲୋକଙ୍କ ସମସ୍ୟା ର ବାସ୍ତବତା କୁ  ପରଖିଥିଲା। ଗାଁ ସମସ୍ୟାର ସମାଧାନ ପାଇଁ ଦାବି ହୋଇଥିଲା। ମାତ୍ର ଏଯାଏଁ କୌଣସି ସମସ୍ୟାର ସମାଧାନ ହୋଇନି । ଏବେ କିନ୍ତୁ ସରକାର ବଦଳିଛି ନୂଆ ସରକାର ଗାଁ ସମସ୍ୟାର ସମାଧଆନ କରିବେ ବୋଲି ଲୋକେ ଆଶାବାଦୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Hill forests are unreachable development | Argus News