Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକ୍ଷାଦାନ ପାଇଁ ବାଧା ଦେଉନି ପାହାଡ ଜଙ୍ଗଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶିକ୍ଷାଦାନ ପାଇଁ ବାଧା ଦେଉନି ପାହାଡ ଜଙ୍ଗଲ

ଅର୍ଗସ ବ୍ୟୁରୋ:  ଗୁରୁଦିବସରେ ସାମ୍ନାକୁ ଆସିଲା ଦୁର୍ଗମର ଜଣେ ଆଦର୍ଶ ଶିକ୍ଷକଙ୍କ କାହାଣୀ । ଯିଏ ଦୀର୍ଘ ୭ବର୍ଷ ଧରି ୫ କିଲୋମିଟର ବାଟ ପାହଡ ଚଢି ପିଲାଙ୍କୁ କରୁଛନ୍ତି ଶିକ୍ଷାଦାନ । କେନ୍ଦୁଝରର ଆଦର୍ଶ ଶିକ୍ଷକ କଳେବର ସାର୍ । ଏ ଜଙ୍ଗଲ, ପାହାଡ ଭରା ରାସ୍ତା ଡେଇଁ ପ୍ରତିଦିନ ଯାଆନ୍ତି ଶିକ୍ଷାଦାନ ପାଇଁ। ଏହି ୫କିଲୋମିଟର ବାଟ ଅତିକ୍ରମ କରିବା ପାଇଁ ତାଙ୍କୁ ଏକ ଘଣ୍ଟା  ଲାଗିଯାଏ ।  ଜଙ୍ଗଲରେ ରହିଛି ବଣ୍ୟଜନ୍ତୁଙ୍କର ଭୟ । କିନ୍ତୁ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତକୁ ନଜରରେ ରଖି ଏସବୁକୁ ତାଙ୍କର ଖାତିର ନଥାଏ ।  ଖରା,ବର୍ଷା, ଶୀତ ସବୁକୁ ଅଣଦେଖା କରି ସେ ଛାତ୍ର, ଛାତ୍ରୀଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଦୀର୍ଘ ୭ବର୍ଷ ଧରି ପାହଡ ଚଢି ପିଲାଙ୍କୁ ଶିକ୍ଷାଦାନ କରିଆସୁଛନ୍ତି ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଦୁର୍ଗମ ଉପର କାଦକଳା ଗାଁ । ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳେବର ମହାନ୍ତ।  ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ଉପର କାଦକଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ ସମ୍ପ୍ରଦାୟର ୧୦୧ ଜଣ ପିଲା ପାଠ ପଢନ୍ତି। ଏହାପରେ ଗାଁ ବାହାରକୁ ଯିବାକୁ ପଡୁଥିବାରୁ ଅଧିକାଂଶ ପିଲାଙ୍କ ପାଠରେ ଡୋରି ବନ୍ଧାହୁଏ । ମାତ୍ର କଳେବର ସାର୍ ଙ୍କ ନିସ୍ବାର୍ଥପରତା ପାଇଁ ଏଠାରେ ଦୀର୍ଘ ଦିନ ଧରି ଛାତ୍ର ଛାତ୍ରୀମାନେ ନିରନ୍ତର ଭାବେ ଶିକ୍ଷା ପାଇପାରୁଛନ୍ତି ।

ଉପର କାଦକଳା ଗାଁ ଆଜିବି ବିକାଶ ଠାରୁ ବହୁ ଦୁରରେ। ଏହି ଗାଁର ଶତାଧିକ ଲୋକେ ନିଜର ନିତିଦିନିଆ କାମ, ଭତ୍ତା, ପିଡିଏସ୍ ସାମଗ୍ରୀ, ସ୍ବାସ୍ଥ୍ୟସେବା ଆଦି ପାଇଁ ଜଙ୍ଗଲ, ପାହାଡ ଡେଇଁ ତଳକାଦକଳା ଯାଇଥାନ୍ତି । ୨୪ ବର୍ଷ ର ସ୍ଥିର ସରକାର ଙ୍କ ସମୟ ରୁ ନିରାଶ ହୋଇ ଏବେ ନୂତନ ସରକାରଙ୍କ ଠାରୁ ଗାଁ ସମସ୍ୟାର ସମାଧାନ ଆଶା ରଖିଛନ୍ତି ଗ୍ରାମବାସୀ । ତେବେ କଳେବର ସାରଙ୍କ ଭଳି ଜଦି ସଵୁ  ଶିକ୍ଷକ ଶିକ୍ଷାଦାନ ଦେବା ପାଇଁ ଆଗେଇ ଆସନ୍ତେ ତେବେ ଅପହଞ୍ଚ ଇଲାକାରେ ବି ଜଳନ୍ତା ଜ୍ଞାନର ଦୀପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
Hill forests do not hinder teaching | Argus News