Godan Movie News / ହିନ୍ଦୀ ଚଳଚ୍ଚିତ୍ର "ଗୋଦାନ" କୁ ରାଜ୍ୟରେ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
·7 months ago·2 min read

Key Points
ସାରା ରାଜ୍ୟରେ ଗୋଦାନ ଚଳଚ୍ଚିତ୍ର ଟାକ୍ସ ଫ୍ରି
ଟାକ୍ସ ଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଗୋଦାନର ସ୍ପେଶିଆଲ୍ ସ୍କ୍ରିଂନିଂ ଦେଖିଲେ ମୁଖ୍ୟମନ୍ତ୍ରୀ

ବ୍ରେକିଂ ନ୍ୟୁଜ୍: ହିନ୍ଦୀ ଚଳଚ୍ଚିତ୍ର "ଗୋଦାନ" କୁ ରାଜ୍ୟରେ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ହିନ୍ଦୀ ଚଳଚ୍ଚିତ୍ର "ଗୋଦାନ" ସ୍ପେଶିଆଲ୍ ସ୍କ୍ରିଂନିଂ ଦେଖିବା ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି.। ଏହା ସହ ରାଜ୍ୟରେ ଗୋ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ହେବ। ଯାହା ଗୋରୁଙ୍କ ସୁରକ୍ଷା, ଅର୍ଥନୈତିକ ଲାଭ, ସାମାଜିକ ପ୍ରତିଷ୍ଠା, ରୋଗ ମୁକ୍ତ ଭାରତ ଗଠନ ରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ 'ଗୋଦାନ'ର ପ୍ରିମିୟର ଦେଖିଥିଲେ। ଗୋଦାନ ଭଳି ଫିଲ୍ମ ଆଜିର ସମୟରେ ପ୍ରାସଙ୍ଗିକ, ସପରିବାରେ ଏହାକୁ ଦେଖନ୍ତୁ । ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଚଳଚ୍ଚିତ୍ର ଦେଖିବା ସମୟରେ ମୁଖ୍ୟମନ୍ତ୍ରୀ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ ‘ଗୋଦାନ’ ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର, ଯାହା ପିଲାମାନଙ୍କୁ ପିତାମାତାଙ୍କ ସହ ଯୋଡି ରଖିବା ସହ ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି।
ଚଳଚ୍ଚିତ୍ରର ବିଷୟବସ୍ତୁ ଏବଂ ସାମାଜିକ ମୂଲ୍ୟବୋଧ, ସାଂସ୍କୃତିକ ପରମ୍ପରା ଏବଂ ପାରିବାରିକ ନୀତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗୋଦାନ ଭଳି ପ୍ରାସଙ୍ଗିକ ସିନେମା ସାମାଜିକ ସଚେତନତା ସୃଷ୍ଟି ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
ସେ ଯୁବ ପୀଢ଼ିକୁ ଆହ୍ୱାନ ଦେଇ ଏହି ଚଳଚ୍ଚିତ୍ରକୁ ସପରିବାରେ ଦେଖିବାକୁ କହିଥିଲେ ଏବଂ ସମାଜରେ ସାଂସ୍କୃତିକ ଭାବନାକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପ୍ରିମିୟରରେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଶ୍ରୀ ବିନୋଦ କୁମାର ଚୌଧୁରୀ, ବିଧାୟକଗଣ ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଯୋଗ ଦେଇଥିଲେ।
ପଢ଼ନ୍ତୁ ଏହି ଖବର: ବିବାହ ନକରି ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, କେୟାର ନେଉଥିଲେ ବରୁଣ
କାମଧେନୁ ପ୍ରଡକ୍ସନ ପକ୍ଷରୁ ନିର୍ମିତ ଓ ଅମିତ ପ୍ରଜାପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆଜି ସାରା ଦେଶରେ ରିଲିଜ ହେବ। ଓଡ଼ିଶା ସମେତ ଅନେକ ରାଜ୍ୟରେ ଏହାକୁ ଏହି ଚଳଚିତ୍ର ଦେଖିବା ପରେ ଟି ଗୋ-ହତ୍ୟାକାରୀଙ୍କ ମନ ପରିବର୍ତ୍ତନ ହେବ। ଏହି ଚଳଚିତ୍ରରେ ମୁଖ୍ୟ ଭୁମିକାରେ ସାହିଲ ଆନନ୍ଦ,ଉପାସନା ସିଂ ଓ ମନୋଜ ଜୋଶୀ ପ୍ରମୁଖ ରହିଛନ୍ତି।
ଏହି ଚଳଚିତ୍ରକୁ ଉତ୍ତରପ୍ରଦେଶର ମିରଟ ସହରର ସମାଜସେବୀ ତଥା ଚିଳଚିତ୍ର ନିର୍ମାତା ବିନୋଦ କୁମାର ଚୌଧୁରୀ କରିଛନ୍ତି। ଏହାକୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଟିକସ ମୁକ୍ତ କରାଯାଇଛି। ଚଳଚିତ୍ରର ଟିଜର ଲଞ୍ଚ ହେବା ପରେ ଏହାକକୁ ଦେଖିବାକୁ ଦର୍ଶକଙ୍କ ମନରେ ପ୍ରବଳ ଉତ୍ସାହ ଦେଖା ଦେଇଛି।

Related Topics
Explore more stories