ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ଦାବି
·1 year ago

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁଙ୍କୁ ହେଉଥିବା ଅତ୍ୟାଚାର ରୋକିବା ଦାବିରେ ଆଜି ବୋରିଗୁମ୍ମା ନାଗରିକ ମଞ୍ଚ।ବୋରିଗୁମ୍ମା ରାମମନ୍ଦିର ପରିସରରୁ ଏକ ବିରାଟ ବାଇକ ରାଲି ବାହାରି ବୋରିଗୁମ୍ମା ଥାନା ସମ୍ମୁଖରେ ପହଞ୍ଚି ଥିଲା। ଥାନା ଅଧିକାରୀ ଯୁଗୋଳ କିଶୋର ଶା'ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଶୀଘ୍ର ଚିହ୍ନଟ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଲେଖ କରାଯାଇଥିଲା। ତା'ପରେ ବୋରିଗୁମ୍ମା ତହସିଲଦାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରାଲି ପହଞ୍ଚି ହିନ୍ଦୁ ବସ୍ତି ନିକଟରେ ମସଜିଦ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ନେଇ ଦାବିପତ୍ର ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
