Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ଶାସନର ପୋଲ ଖୋଲିଲା ହିଞ୍ଜିଳି କ୍ରାଇମ୍ ରେକର୍ଡ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ନବୀନ ଶାସନର ପୋଲ ଖୋଲିଲା ହିଞ୍ଜିଳି କ୍ରାଇମ୍ ରେକର୍ଡ

Key Points

  • ନବୀନ ଶାସନର ପୋଲ ଖୋଲିଲା ହିଞ୍ଜିଳି କ୍ରାଇମ୍ ରେକର୍ଡ
  • ନବୀନଙ୍କ ଗଡ଼ରେ ଗଡ଼ିଛି 100 ମୁଣ୍ଡ
  • ମୁଖବନ୍ଧରେ ଅହିଂସା କଥା, ହେଲେ କାର୍ଯ୍ୟରେ ଥିଲା ଭିନ୍ନ
  • 24 ବର୍ଷର ସରକାର କେମିତି ଥିଲା ତାହା ହିଞ୍ଜିଳି କ୍ରାଇମ୍ ରେକର୍ଡରୁ ସ୍ପଷ୍ଟ
  • ସ୍ୱଚ୍ଛ ଶାସନର ନାରା ଦେଇଥିବା ନବୀନଙ୍କ ସମୟରେ ସବୁଠୁ ଅଧିକ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା
  • ବିଧାନସଭାରୁ ଆସିଲା ଆଖି ଖୋସି ଦେଲା ଭଳି ତଥ୍ୟ 
  • ଅପରାଧୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିଲା ନବୀନଙ୍କ ଗଡ଼ 
  • ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ କାହିଁକି ପାଲଟିଥିଲା କ୍ରାଇମ୍ କ୍ୟାପିଟାଲ ?

ଅର୍ଗସ ବ୍ୟୁରୋ:  ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ 24 ବର୍ଷରେ ହୋଇଛି 100 ହତ୍ୟାକାଣ୍ଡ । 24 ବର୍ଷ ବିଜେଡ଼ି ସରକାରରେ ଗଞ୍ଜାମ ପାଲଟିଥିଲା ଅପରାଧୀଙ୍କ ଚରା ଭୂଇଁ । ଖୁଲମଖୁଲା ଅପରାଧ କରୁଥିଲେ ଅପରାଧୀ । ଫୁଟୁ ଥିଲା ଗୁଳି, ବୁଲୁଥିଲା ଖଣ୍ଡା । ଦିନ ଦ୍ବିପହରରେ ହେଉଥିଲା ମର୍ଡର । ନିର୍ବାଚନ ଆସିଲେ ବଢୁଥିଲା ରକ୍ତପାତ । ଖୋଦ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ପାଲଟିଥିଲା ଅପରାଧୀଙ୍କ ଗଡ଼ । ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଅଣ ତାରକା ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଉତ୍ତରରେ କହିଛନ୍ତି, ଗତ 24 ବର୍ଷରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଘଟିଛି 100ଟି ହତ୍ୟାକାଣ୍ଡ । ସେହି ହତ୍ୟା ଘଟଣାରେ ମୋଟ 328 ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରା ଯାଇଛି ଏବଂ କୋର୍ଟ ହାଜତକୁ ପଠାଯାଇଛି । ମୋଟ୍ 100ଟି ମାମଲା ମଧ୍ୟରୁ 9ଟି ମାମଲାରେ ଦୋଷୀ ମାନଙ୍କୁ ଦଣ୍ଡିତ କରାଯାଇଛି । 22ଟି ମାମଲା ଦୋଷମୁକ୍ତ ହୋଇଛି ଏବଂ 69 ଗୋଟି ମାମଲା ବିଚାରାଧୀନ ଅଛି ।

ଏଇ ଯେମିତି ଗତ 2023 ସେପ୍ଟେମ୍ବର 9 ତାରିଖ କଥା, ସାଧାରଣ ନିର୍ବାଚନ ଆଗରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଦେଖିବାକୁ ଘଟିଥିଲା ରାଜ‌ନୈତିକ ହତ୍ୟାକାଣ୍ଡ । ‌ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କୁମାରପାଣି ପଞ୍ଚାୟତର ଯୁବ ବିଜେଡି ନେତା ମଧୁ ବି‌ଷୋୟୀଙ୍କୁ ବାରସିଙ୍ଗି ଗ୍ରାମ ନିକଟ ନନ୍ଦିନୀ ସେତୁ ଉପରେ 4ରୁ 5 ଜଣ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିଲେ । ଆଉ ଶବକୁ ପୋଲ ଉପରୁ ନଦୀକୁ ଫୋପାଡ଼ି ଦେଇଥିଲେ । ବିଜେଡ଼ି ଅନ୍ତଃକନ୍ଦଳ ହିଂସ୍ର ରୂପ ନେଇ ଗଡିଥିଲା ମୁଣ୍ଡ । ମଧୁ ଦୀର୍ଘ ୨୦ ବର୍ଷ ହେଲା କୁମାରପାଣି ପଞ୍ଚାୟତରେ ବିଜେଡିର ଜଣେ ଦକ୍ଷ ସଂଗଠକ ଭାବେ ସକ୍ରିୟ ଥିଲେ । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ହତ୍ୟା କରାଗଲା ପରେ ମାତ୍ର ଦୁଇ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କଲା ନାହିଁ । ଏମିତି କି ବିଜେଡ଼ି ଭିତରେ ଏହି ଗୋଷ୍ଠୀ କନ୍ଦଳ ତେଣୁ ଘଣ୍ଟ ଘୋଡାଇ ମୁଖ୍ୟ କର୍ପଟଦାରକୁ ଖସାଇ ଦିଆଗଲା ବୋଲି ଅଭିଯୋଗ ଆଣି ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି ମଧୁଙ୍କ ପରିବାର ଲୋକ ।

ଅନ୍ୟପଟେ ବିଜେଡ଼ି ଅପରାଧ ହେବା କଥା ସ୍ବୀକାର କରିଥିବା ବେଳେ ଅଜବ ଢଙ୍ଗରେ ପ୍ରତିକ୍ରିୟା ରଖିଛି । ହତ୍ୟା ହେଉଥିଲା କିନ୍ତୁ ସେ ଅନୁଯାୟୀ ଦଣ୍ଡିତ ମଧ୍ୟ ହେଉଥିଲେ ଅପରାଧୀ । ପଡୋଶୀ ରାଜ୍ୟ କିମ୍ବା ଅନ୍ୟ ରାଜ୍ୟର ତୁଳନା ରେ ଏହି ହତ୍ୟାକାଣ୍ଡ କମ୍ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାଣିଶୁଣି ଦୋଷ ଦିଆଯାଉଛି । ତାଙ୍କ ଭାବମୂର୍ତ୍ତିକୁ ବଦନାମ କରିବାକୁ ଏମିତି ପ୍ରଶ୍ନ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି । ସେହିପରି ପରି ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ସମୟରେ ପୋଲିସ ଉପରକୁ 37ଟି ମାମଲାରେ ଅପରାଧୀ ଚଳାଇଛନ୍ତି ଗୁଳି । ଅପରାଧୀ ଗୁଳି ଚାଳନା ସମୟରେ 63 ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ 37ଟି ମାମଲାରେ 41 ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି ।ବିଧାନସଭାରେ ଲିଖିତ ଉତ୍ତର ରଖି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ମୋହନ ଚରଣ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Hinjili crime records case | Argus News