Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିଞ୍ଜିଳି ନେତା ନବୀନ ନିବାସ ଆଗରେ କଲେ କଟୁ ସମାଲୋଚନା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ହିଞ୍ଜିଳି ନେତା ନବୀନ ନିବାସ ଆଗରେ କଲେ କଟୁ ସମାଲୋଚନା

ଅର୍ଗସ ବ୍ୟୁରୋ:  ପାଣ୍ଡିଆନଙ୍କ ବିରୁଦ୍ଧରେ ନବୀନଙ୍କୁ ଫେରାଦ ହେଲେ ହିଁଞ୍ଜିଳି ବିଜେଡି କର୍ମୀ । ବରିଷ୍ଠଙ୍କୁ ଅଣଦେଖା କରି ପାଣ୍ଡିଆନ୍ ବିଜେଡିକୁ ବୁଡାଇଦେଇଥିବାର ଆଣିଲେ ଅଭିଯୋଗ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି କହିଛନ୍ତି ଯେ ପାଣ୍ଡିଆନ ଏକା ନ ବୁଲି ବିଜେଡିର ବରିଷ୍ଠ ନେତା ମାନଙ୍କୁ ସାଙ୍ଗ ରେ ନେଇ ବୁଲିଥିଲେ ଭଲ ପ୍ରଭାବ ହେଇଥାନ୍ତା । ପାଣ୍ଡିଆନ ଏକା ବୁଲିବାରୁ ଲୋକେ ଗ୍ରହଣ କଲେନି । ପରାଜୟ ପରେ ପୁଣି ଥରେ ଦଳର ବରିଷ୍ଠ ନେତା ମାନେ ସାମ୍ନାକୁ ଆସିଲେଣି । ଏଥର ପୁଣି ବିଜେଡି ପୂର୍ବ ଭଳି କାମ କରିବ ।

ସେପଟେ ପାଣ୍ଡିଆନ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ମୂର୍ଦାବାଦ ନାରାରେ କମ୍ପିଛି ଶଙ୍ଖ ଭବନ । ପରାଜୟ ପାଇଁ ପାଣ୍ଡିଆନ, ମାନସ ମଙ୍ଗରାଜ ଓ ସସ୍ମିତଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲେଣି ଯୁବ କର୍ମୀ । ଯୁବ ବିଜେଡି କର୍ମୀଙ୍କୁ ବୁଝାଇବାକୁ ବବି ଡାକିଥିବା ବୈଠକରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଖୁବଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି ଯୁବ କର୍ମୀ ଙ୍କୁ ବବି ଆଶ୍ୱାସନା ଦେଇଥିଲେ ଦଳର ସାଙ୍ଗଠନିକ ସମ୍ପାଦକ । ବିଜେଡି ପରାଜୟର କାରଣ ଖୋଜିବାକୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ କମିଟି ଗଠନ କରାଯାଇଥିବା ବି କୁହାଯାଇଛି । ଏ ସବୁ ଭିତରେ ବରିଷ୍ଠ ନେତା ବି ପାଣ୍ଡିଆନ୍ ଙ୍କୁ ନେଇ ଖଡଗ୍ ହସ୍ତ ।

ପୂର୍ବରୁ ନେତାଙ୍କୁ ଟ୍ରାଫିକ୍ କଣ୍ଟ୍ରୋଲ କରାଉଥିଲେ ପାଣ୍ଡିଆନ୍ । ସଭା ମଞ୍ଚରେ ଏକା ଭାଷଣ ଦେଉଥିଲେ ଏକା ପ୍ରଚାର କରୁଥିଲେ । କାନ୍ତ କବିକୁ କଣ୍ଟ କବି କୁହାଯାଉଥିଲା ବେଳେ ତଳେ ବସି ଶୁଣୁଥିଲେ ବିଜେଡି ନେତା । ଆଉ ଏବେ ପରାଜୟ ପରେ ବିଜେଡି ନେତା ସମଲୋଚନା କରିବା ବେଳେ ନବୀନ ଏହାକୁ ଦୁର୍ଭାଗ୍ୟ ଜନକ କହିଛନ୍ତି । ତେବେ ନେତାଙ୍କ ବିରୋଧ ପରେ ନବୀନଙ୍କ ସ୍ବଛତା ସାର୍ଟିଫିକେଟ୍ ଆଗକୁ ବିଜେଡି ଭାଙ୍ଗିବାର ପ୍ରମୁଖ କାରଣ ପାଲଟିବନି ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored