ହୀରାକୁଦରେ ଝାଡ଼ାବାନ୍ତିର ଆତଙ୍କ, ଗଲାଣି ୨ ଜୀବନ

ଅର୍ଗସ ବ୍ୟୁରୋ : ମାର୍ଚ୍ଚ ମାସରେ ହୀରାକୁଦରେ ଡାଇରିଆ । ହସପଟିଲାରେ ଥିବା ଆକ୍ରାନ୍ତଙ୍କୁ ଭେଟିବା ପରେ ପରେ ଏବେ ଡାଇରିଆ ବ୍ୟାପିବା କଣ ରୁପାନ୍ତରୀକଣ କି ବୋଲି ପ୍ରଶ୍ନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କୁ ଶୁଦ୍ଦ ପିଇବା ପାଣି ନ ମିଳିବା ଚିନ୍ତାଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ୫ ଦିନରେ ହୀରାକୁଦରେ ଡାଇରିଆରେ ୧୯୦ ଜଣ ଆକ୍ରାନ୍ତ ହେଲେଣି । ୨ ଜଣଙ୍କ ଜୀବନ ବି ଗଲାଣି । ୭ ଜଣ ଏବେ ବି ଭୀମସାରରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ପରେ ପିଇବା ପାଣି ଯୋଗାଣ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସାରା ଓଡିଶାରେ ହୋଲିର ଧୁମ ଭିତରେ ହୀରାକୁଦରେ ଡାଇରିଆର ଦୁଃଖ । ଅନେକ ସ୍ଥାନରେ ପିଇବା ପାଣି ଯାଇଥିବା ପାଇପ ଫାଟିଛି । ଲୋକେ ଦୁଷିତ ପାଣି ପିଇବା ଯୋଗୁ ଝାଡାବାନ୍ତି ବ୍ୟାପୁଛି । ପାଣିରେ ଆସୁଥିବା ଚୁଟି ଓ ପଙ୍କ ଦେଖାଇ ଶୁଦ୍ଦ ପିଇବା ପାଣି ଯୋଗାଣ ମିଛ ପ୍ରଚାରର ପୋଲ ଖୋଲିଛନ୍ତି ସ୍ଥାନୀୟ ବାସିନ୍ଦା ।
📱 Get Argus News App
✨ସ୍ଵାସ୍ଥ୍ୟ ବିଭାଗର ଟିମ୍ ଦୁଇ ଦିନ ହେଲା ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଔଷଧ ବାଣ୍ଟୁଛନ୍ତି କିନ୍ତୁ ସ୍ଥିତିରେ ସଂପୂର୍ଣ ସୁଧାର ଆସିନି । ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଡାକ୍ତର ଟିମ୍ ସମ୍ବଲପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହାତ ପାଆନ୍ତାରେ ପାଇପ ଯୋଗେ ବିଶୁଦ୍ଦ ପାଣି ଯୋଗାଉଛନ୍ତି ବୋଲି ରାଜ୍ୟ ସରକାର ପ୍ରଚାର କରୁଛନ୍ତି । ହେଲେ ହୀରାକୁଦର ବାସ୍ତବତା ହଁ ବଖାଣୁଛି ଡ୍ରିଙ୍କ ଫ୍ରମ ଟ୍ୟାପର ସତକୁ ।
ଜଳ ଜୀବନ ମିଶନରେ ୨୦୨୯ରୁ ୨୦୨୪ ଜାନୁଆରୀ ସୁଦ୍ଦା କେନ୍ଦ୍ର ସରକାର ରାଜ୍ୟକୁ ୬୨୮୯ କୋଟି ୪୧ ଲକ୍ଷ ଟଙ୍କା ଦେଇଛନ୍ତି । ସେହିପରି ରାଜ୍ୟ ସରକାର ମଧ୍ୟ ନିଜ ଅଂଶ ବାବଦରେ ୬୧୬୧ କୋଟି ଦେଇଛନ୍ତି । ଏଥିରୁ ବି ୬୭ କୋଟି ଖର୍ଚ୍ଚ ହୋଇନି । ଏହାବାଦ ଗ୍ରାମାଞ୍ଚଳରେ ପିଇବା ପାଣି ପାଇଁ ସରକାର ୫ ବର୍ଷ ଭିତରେ ୧୫୭୭୦ କୋଟି ଖର୍ଚ୍ଚ କରିଛନ୍ତି ବୋଲି ବିଧାନସଭାରେ କହିଛନ୍ତି । ପ୍ରଶ୍ନ ଯଦି ଶୁଦ୍ଦ ପିଇବା ପାଣି ପାଇଁ ହଜାର ହଜାର କୋଟି ଖର୍ଚ୍ଚ ହେଉଛି ତେବେ କାହିଁକି ଲୋକେ ଦୁଷିତ ପାଣି ପିଇ ଡାଇରିଆରେ ପଡୁଛନ୍ତି ?