Videos
|
Odisha

Hirakud / ହୀରାକୁଦ ଡ୍ୟାମକୁ କେନ୍ଦ୍ର ସରକାର ଦେଲେ 100 କୋଟି ଟଙ୍କା

Rashmita Mishra
Browse all articles by Rashmita Mishra
·11 months ago·2 min read
ହୀରାକୁଦ ଡ୍ୟାମକୁ କେନ୍ଦ୍ର ସରକାର ଦେଲେ 100 କୋଟି ଟଙ୍କା

Key Points

ହୀରାକୁଦ ଡ୍ୟାମ୍ ହେବ ବିଶ୍ଵସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର
ଖୁବ୍ ଶୀଘ୍ର ଆରମ୍ଭ ହେବ କାମ
ପ୍ରଥମ ପର୍ଯ୍ୟାୟରେ ହେବ ଆଇଭଲ ପ୍ଲାଜା, ମ୍ୟୁଜିୟମ ଆଦିର ନିର୍ମାଣ
କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି 100 କୋଟି ଟଙ୍କା
ହୀରାକୁଦ ଡ୍ୟାମର ବିକାଶ କାମ ଖୁବ ଶୀଘ୍ର ଆରମ୍ଭ ହେବ । ସରିଲାଣି ସର୍ଭେ, ଡିପିଆର ଓ ମାଷ୍ଟର ପ୍ଲାନ ପ୍ରସ୍ତୁତି । ପ୍ରଥମ ପର୍ଯ୍ୟୟରେ ନଭେମ୍ବର - ଡିସେମ୍ବର ଆରମ୍ଭ ହେବ ଆଇଭଲ ପ୍ଲାଜା, ଡ୍ୟାମ ମ୍ୟୁଜିୟମ ସହ ଓ୍ଵାଟର ସିମ୍ପୋନୀ ଲେଜର ସୋ'ର ନିର୍ମାଣ କାମ । ଏଥିପାଇ କେନ୍ଦ୍ର ସରକାର ପକ୍ଷରୁ ୧୦୦ କୋଟି ଅନୁମୋଦନ କରାଯାଇଛି ।

ନଭେମ୍ବର - ଡିସେମ୍ବରରୁ ଆରମ୍ଭ ହେବ ହୀରାକୁଦରେ ପର୍ଯ୍ୟଟନ ବିକାଶର କାମ । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମ ତଳେ ପାଓ୍ବାର ହାଉସ ପାଖରେ ଆଇଭଲ ପ୍ଲାଜା, ଡ୍ୟାମ୍ ମ୍ୟୁଜିୟମ ସହ ପାର୍କିଂ ସ୍ଥାନ ନିର୍ମାଣ ହେବ । ଜିରୋ ପଏଣ୍ଟ ରାସ୍ତା ଝାଙ୍କରାଣୀ ମନ୍ଦିର ନିକଟରେ କରାଯିବ ଓ୍ବାଟର ସିମ୍ଫୋନୀ ଲେଜର ସୋ । ଏଥିପାଇଁ ବାଙ୍ଗାଲୋରର ଏକ ସଂସ୍ଥା ସର୍ଭେ କରିଛି । DPR ପ୍ରସ୍ତୁତି ସହ ମାଷ୍ଟର ପ୍ଲାନ୍ ବି ସରିଛି । ନଭେମ୍ଵର-ଡିସେମ୍ବର ମାସରୁ ନିର୍ମାଣ କାମ ଆରମ୍ଭ ହେବ । କେନ୍ଦ୍ର ସରକାର ପକ୍ଷରୁ ୧୦୦ କୋଟି ମଞ୍ଜୁର କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ



ହୀରାକୁଦ ମ୍ୟୁଜିୟମରେ ହୀରାକୁଦ ନଦୀବନ୍ଧ ନିର୍ମାଣଠୁ ବର୍ତ୍ତମାନ ଯାଏର ଇତିହାସ ପ୍ରର୍ଦଶିତ ହେବ । ଓ୍ଵାଟର ସିମ୍ଫୋନୀ ଲେଜର ସୋରେ ମଧ୍ୟ ଡ୍ୟାମର ଇତିହାସ ନେଇ ଲେଜର ଲାଇଟ୍ ସୋ ପ୍ରଦର୍ଶିତ କରାଯିବ । ପର୍ଯ୍ୟଟକ ଡ୍ୟାମର ଇତିହାସ ଜାଣିବା ସହ ବେଶ୍ ମଜା ନେଇପାରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁର୍ବରୁ ବି ଏଥିପାଇଁ ହେଲିକପଟରରେ ହୀରାକୁଦ ଡ୍ୟାମ ଅଞ୍ଚଳ ବୁଲି ଦେଖିବା ସହ ସମୀକ୍ଷା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହୀରାକୁଦର ଏଭଳି ବିକାଶକୁ ନେଇ କେନ୍ଦ୍ର ସରକାରଙ୍କୁ ସମ୍ବଲପୁରବାସୀ ଧନ୍ୟଵାଦ ଜଣାଇଛନ୍ତି । ଆଗକୁ ହୀରାକୁଦ ଜଳଭଣ୍ତାରରେ ଜଳକ୍ରୀଡ଼ା ହବ୍, ସ୍କୁବା ଡ୍ରାଇଭିଂ, ପାରାଗ୍ଲାଇଡିଂ ସହ ଭାସମାନ ରେଷ୍ଟ୍ରୁରାଣ୍ଟ ଆଦି ନିର୍ମାଣ ବି ହେବ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
Hirakud | Centre Sanctions ₹100 Crore for Hirakud Dam Development | Argus News | Argus News