Videos
|
Odisha

Drone Ban Hirakud Dam / ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ସୁରକ୍ଷା ପାଇଁ ଡ୍ୟାମ୍ ପରିସରରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ସୁରକ୍ଷା ପାଇଁ ଡ୍ୟାମ୍ ପରିସରରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା
Drone Ban Hirakud Dam

Key Points

ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ
ସୁରକ୍ଷା ପାଇଁ ଡ୍ୟାମ୍ ପରିସରରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା
ବନ୍ୟାଜଳ ନିଷ୍କାସନ ପୂର୍ବରୁ ହୀରାକୁଦରେ ସୁରକ୍ଷା କଡ଼ାକଡ଼ି
ହୀରାକୁଦ ମୁଖ୍ୟ ଡ୍ୟାମ୍‌ ଓ ଆଖପାଖ ଅଞ୍ଚଳ ‘ନୋ-ଫ୍ଲାଇଂ ଜୋନ୍’ ଘୋଷଣା । ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶକ୍ରମେ ହୀରାକୁଦ ମୁଖ୍ୟ ଡ୍ୟାମ୍‌ ଏବଂ ଏହାର ଆଖପାଖ ଅଞ୍ଚଳକୁ ‘ନୋ-ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରାଯାଇଛି ।

ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ଉକ୍ତ ବିଜ୍ଞପ୍ତି ଅଞ୍ଚଳରେ ଡ୍ରୋନ୍, ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ ଏବଂ ଅନ୍ୟ କୌଣସି ପ୍ରକାରର ମାନବ ବିହୀନ କିମ୍ବା ମାନବ ଚାଳିତ ଆକାଶମାର୍ଗୀୟ ଯନ୍ତ୍ର ଉଡ଼ାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଡ୍ୟାମ୍‌ର ନିରାପତ୍ତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ଏହି ନିୟମ ପାଳନ କରିବା ସହ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ସୂଚନା ଅନୁସାରେ, ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ । ହୀରାକୁଦ ଜଳଭଣ୍ତାର ଜଳସ୍ତର ବୃଦ୍ଧି ଓ ଉପର ମୁଣ୍ତରୁ ଜଳ ପ୍ରବେଶ ବଢୁଥିବାରୁ ଗେଟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଛତିଶଗଡରେ ବର୍ଷା ଯୋଗୁ କଲମା ବ୍ୟାରେଜ ରୁ ୪୬ ଟି ଗେଟ ଖୋଲିଛି ।

ଡାକବାଜି ଯନ୍ତ୍ର ଦ୍ଵାରା ହୀରାକୁଦ ଗେଟ ଖୋଲିବା ପୂର୍ବରୁ ତଲିଆ ଅଂଚଳରେ ସର୍ତକ ସୂଚନା ଦିଆଯାଉଛି । ଜୁଲାଇ ୯ ରେ ହୀରାକୁଦ ନଦୀ ବନ୍ଧ ଖୋଲିବ । ହୀରାକୁଦ ଜଳଭଣ୍ତାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ । ତେଣୁ ରାଜ୍ୟର ମହାନଦୀ କୂଳିଆ ଜିଲ୍ଲା ମାନଙ୍କୁ ଏହି ସତର୍କ ସୂଚନା ଜାରି କରାଯାଇଛି । ମହାନଦୀ ଭିତରକୁ ଜନସାଧାରଣ ଓ ମତ୍ସ୍ୟଜୀବୀଙ୍କ ପ୍ରବେଶ ବାରଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୯ ତାରିଖ ଦିନ ୧୧ ଟାରେ ପରମ୍ପରା ଅନୁୟାୟୀ ପୂଜାର୍ଚ୍ଚନା ପରେ ଗେଟ ଖୋଲାଯିବ । ଛତିଶଗଡରେ ବର୍ଷା ଯୋଗୁ କଲମା ବ୍ୟାରେଜର ୪୬ ଟି ଖୋଲିଲାଣି । ଏଥିପାଇଁ ହୀରାକୁଦ ଜଳଭଣ୍ତାର କୁ ଜଳପ୍ରଵେଶ ବଢିବାରେ ଲାଗିଛି । ଆସନ୍ତା ୯ ତାରିଖ ଗୁରୁବାର ସୁଦ୍ଧା ଜଳସ୍ତର ୬୧୨ ରୁ ୬୧୩ ଫୁଟ ପର୍ଯ୍ୟନ୍ତ ପହଂଚିଥିବ ।

ଗେଟ ଖୋଲିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି । ତେଵେ ସ୍ଥିତି ଦେଖି କେତୋଟି ଗେଟ ଖୋଲାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ହୀରାକୁଦ ଗେଟ ଖୋଲିବା ପରେ ମହାନଦୀ ତଳିଆ ଅଂଚଳ ଜିଲ୍ଲାରେ କୌଣସି ବନ୍ୟା ପରିସ୍ଥିତ ହେବାର ଆଶଙ୍କା ନଥିବା ସୂଚନା ରହିଛି ।