Videos
|
Odisha

ଖୋଲିଲା ହୀରାକୁଦ ଗେଟ୍‌, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହେଲା ନିଷ୍କାସନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖୋଲିଲା ହୀରାକୁଦ ଗେଟ୍‌, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହେଲା ନିଷ୍କାସନ

ଅର୍ଗସ ବ୍ୟୁରୋ:  ଖୋଲିଲା ହୀରାକୁଦ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହେଲା ନିଷ୍କାସନ । ଆଜି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ ଖୋଲିବ । ସକାଳ ୬ଟା ସୁଦ୍ଧା ୬୧୬.୯୩ ଫୁଟ ଜଳସ୍ତର ରହିଛି । ସେକେଣ୍ଡ ପ୍ରତି ୩ ଲକ୍ଷ ୧୬ ହଜାର ୬୧୧ କ୍ୟୁସେକ ଜଳ ପ୍ରବେଶ କରୁଛି ।

ରାଜ୍ୟରେ ଚଳିତ ବର୍ଷ ପ୍ରଥମଥର ବନ୍ୟାଜଳ ନିଷ୍କାସିତ କରିବ ହୀରୀକୁଦ । ସକାଳ ୯ଟାରେ ୭ଟି ଓ ୧୨ ଟା ପରେ ଆଉ ୭ଟି ଗେଟ୍ ଖୋଲାଯିବ । ସେହିପରି ଅପରାହ୍ନ ୨ଟା ସୁଦ୍ଧା ଆଉ ୬ଟି ଗେଟି ଖୋଲାଯିବ । ଆଜି ସକାଳ ୬ଟା ସୁଦ୍ଧା ହୀରୀକୁଦରେ ଜଳସ୍ତର ୬୧୬.୯୩ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ ଘନ ଫୁଟର ଜଳ ହୀରୀକୁଦକୁ ପ୍ରବେଶ କରିବା ସହ ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନ ଫୁଟର ଜଳ ହୀରକୁଦ ବନ୍ଧ ଦେଇ ନିଷ୍କାସିତ ହେଉଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
hirakud dam Gate opened, the first flood water of this year was drained | Argus News