Videos
|
Odisha

Tragic Incident / ଡାଏବେଟିସ୍ ଥିବାରୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ… ବଢ଼ି ପାଣି ଦେଖୁ ଦେଖୁ ନଦୀକୁ ଖସି ପଡ଼ିଲେ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଡାଏବେଟିସ୍ ଥିବାରୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ… ବଢ଼ି ପାଣି ଦେଖୁ ଦେଖୁ ନଦୀକୁ ଖସି ପଡ଼ିଲେ
Woman Slips Into Flooded River

Key Points

ବ୍ରିଜ୍ ଉପରେ ଛିଡ଼ା ହୋଇ ବନ୍ୟା ପାଣି ଦେଖୁଥିଲେ । ହେଲେ ହଠାତ୍ ବ୍ରିଜ୍ ଉପରୁ ମହିଳାଙ୍କ ଗୋଡ଼ ଖସିଗଲା । ଆଉ ସେ ଯାଇ ପଡ଼ିଲେ ସିଧା ଲୁଣାନଦୀର ବଢ଼ି ପାଣିରେ । ନଦୀର ପ୍ରଖର ସ୍ରୋତ ମହିଳା ଜଣଙ୍କୁ ଭସାଇ ନେଇଛି ।
କେନ୍ଦ୍ରାପଡ଼ା: ଅସୁସ୍ଥ ଥିଲେ, ରକ୍ତ ପରୀକ୍ଷା ପାଇଁ ସକାଳୁ ନୂଆ ଶାଢ଼ି ପିନ୍ଧି ଛତା ଧରି ଘରୁ ବାହାରି ଯାଇଥିଲେ । ଡାଏବେଟିସ୍ ଥିବାରୁ ପ୍ରଥମେ ଖାଲି ପେଟରେ ରକ୍ତ ପରୀକ୍ଷା କଲେ । ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଆଉ ଥରେ ରକ୍ତ ପରୀକ୍ଷା କରିବାର ଥିଲା । ହାତରେ ସମୟ ଥିବା ବେଳେ ନଦୀରେ ଆସିଥିବା ବଢ଼ି ପାଣି ଦେଖିବାକୁ ମହିଳାଙ୍କ ଇଚ୍ଛା ହେଲା ।

ଆଉ ବିଳମ୍ବ ନ କରି ମହିଳା ଜଣଙ୍କ ଚାଲି ଆସିଥିଲେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦାନପୁର ପୋଲ ଉପରକୁ । ବ୍ରିଜ୍ ଉପରେ ଛିଡ଼ା ହୋଇ ବନ୍ୟା ପାଣି ଦେଖୁଥିଲେ । ହେଲେ ହଠାତ୍ ବ୍ରିଜ୍ ଉପରୁ ମହିଳାଙ୍କ ଗୋଡ଼ ଖସିଗଲା । ଆଉ ସେ ଯାଇ ପଡ଼ିଲେ ସିଧା ଲୁଣାନଦୀର ବଢ଼ି ପାଣିରେ । ନଦୀର ପ୍ରଖର ସ୍ରୋତ ମହିଳା ଜଣଙ୍କୁ ଭସାଇ ନେଇଛି ।

ଏଥିସହ ପଢ଼ନ୍ତୁ: ବରଯାତ୍ରୀ ନେଇ ବଢ଼ି ପାଣିରେ ବାହା ହେବାକୁ ଗଲା ବର 

ନିଖୋଜ ମହିଳା ଜଣଙ୍କ ହେଉଛନ୍ତି, କେଶରପୁର ଗାଁର ମନୋରମା ଦାସ । ସ୍ଥାନୀୟ ଲୋକଙ୍କ ଠାରୁ ମହିଳା ଜଣଙ୍କ ନଦୀକୁ ଖସି ପଡ଼଼ି ଭାସି ଯାଇଥିବା ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଜାରି କରିଛି । ତେବେ, ଖବର ଲେଖାଯିବା ସୁଦ୍ଧା ମହିଳାଙ୍କ ପତ୍ତା ମିଳି ନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଖୋଜ ମନୋରାମ ଦାସଙ୍କ ସ୍ଵାମୀ ଗୌତମ ଦାସ କହିଛନ୍ତି, "ଡାଏବେଟିସ୍ ଥିବାରୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲା । ପ୍ରଥମେ ବ୍ଲଡ୍ ଦେବା ପରେ ବଢ଼ି ପାଣି ଦେଖିବାକୁ ଆସିଥିଲା । ଛତା ଧରି ପାଣି ଦେଖୁଥିବା ବେଳେ ନଦୀକୁ କୌଣସି କାରଣରୁ ଖସି ପଡ଼ିଛନ୍ତି । ନଦୀକୁ ଡେଇଁବାର ପ୍ରଶ୍ନ ଉଠୁ ନାହିଁ ।"

ସ୍ଥାନୀୟ ଲୋକଙ୍କ ଅନୁସାରେ, "ମହିଳା ଜଣଙ୍କ ବ୍ରିଜ୍ ଉପରେ ଛତା ଧରି ବନ୍ୟା ଜଳ ଦେଖୁଥିଲେ । ବଢ଼ି ପାଣି ଦେଖୁ ଦେଖୁ ହଠାତ୍ ଖସି ପଡ଼ିଥିଲେ ।" ତେବେ ମନୋରମାଙ୍କ ଡାଏବେଟିସ୍ ଥିବାରୁ ମୁଣ୍ଡ ବୁଲାଇବା ଯୋଗୁଁ ସେ ଖସି ପଡ଼ିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।

ଏଥିସହ ପଢ଼ନ୍ତୁ: ଖୋଲିଲା ହୀରାକୁଦର ୧୦ ଗେଟ୍‌, ମହାନଦୀରେ ଆହୁରି ବଢ଼ିବ ଜଳସ୍ତର ! 

ସେପଟେ କେନ୍ଦ୍ରାପଡ଼଼ା ଜିଲ୍ଲା ଆଳିର ମାନପୁରରେ ଜଣେ ମହିଳା ନଦୀକୁ ଡେଇଁ ପଡ଼ିଛନ୍ତି । ମାନପୁର ଗାଁର ନିତ୍ୟାନନ୍ଦ ସାମଲଙ୍କ ପତ୍ନୀ କନକଲତା ସାମଲ (୭୦) ମାନପୁର ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ମହିଳା ଜଣଙ୍କ ନଦୀକୁ ଡେଇଁବା ଦେଖି ଲୋକେ ପାଟି କରଥିଲେ ।

ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ କନକଲତାଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏବେ କନକଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।
Woman Falls Into Flooded Luna River in Kendrapara | Search Underway | Argus News | Argus News Odia