Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜଳସଂକଟର ମୁକାବିଲା ପାଇଁ ବଡ଼ ପଦକ୍ଷେପ, ନିର୍ମାଣ ହେବ ୪୪ଟି ବ୍ୟାରେଜ୍

Odisha

Odisha Assembly / ଜଳସଂକଟର ମୁକାବିଲା ପାଇଁ ବଡ଼ ପଦକ୍ଷେପ, ନିର୍ମାଣ ହେବ ୪୪ଟି ବ୍ୟାରେଜ୍

Sushanta Sahoo
Browse all articles by Sushanta Sahoo
·8 months ago·1 min read
ଜଳସଂକଟର ମୁକାବିଲା ପାଇଁ ବଡ଼ ପଦକ୍ଷେପ, ନିର୍ମାଣ ହେବ ୪୪ଟି ବ୍ୟାରେଜ୍

Key Points

ହୀରାକୁଦ ତଳ ମୁଣ୍ଡରେ ସୃଷ୍ଟି ହେଉଥିବା ପାନୀୟଜଳ ଓ ଜଳସେଚନ ବାଧାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେଉଛନ୍ତି ସରକାର ।

ଭୁବନେଶ୍ଵର: ରହିବନି ପାନୀୟ ଜଳ ସଂକଟ । ଦୂର ହେବ ଜଳସେଚନ ବାଧା । ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ହୀରାକୁଦ ତଳ ମୁଣ୍ଡରେ ସୃଷ୍ଟି ହେଉଥିବା ପାନୀୟଜଳ ଓ ଜଳସେଚନ ବାଧାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେଉଛନ୍ତି ସରକାର ।


ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅଣତାରକା ପ୍ରଶ୍ନର ଉତ୍ତରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ 'ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେ ଯୋଗୁଁ ତଳ ମୁଣ୍ଡରେ ଜଳସଂକଟ ସୃଷ୍ଟି ହେଉଛି । ପ୍ରତିକାର ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ?'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍‌ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ


ଯାହାର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, 'ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ ଦ୍ଵାରା ନିର୍ମିତ ଜଳସେଚନ ପ୍ରକଳ୍ପ, ବିଭିନ୍ନ ଶିଳ୍ପ ଭିତ୍ତିକ ବ୍ୟାରେଜ୍‍, ଆନିକଟ ଇତ୍ୟାଦି ନିର୍ମାଣ ଫଳରେ ଜଳସଂକଟ ଦେଖା ଦେଇଛି । ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ନ୍ୟାୟିକ, ପ୍ରଶାସନିକ ଓ ରାଜନୈତିକ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି ।'


ପ୍ରକଳ୍ପ ବାବଦରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'ହୀରାକୁଦ ତଳ ମୁଣ୍ଡରେ ସୃଷ୍ଟି ହେଉଥିବା ପାନୀୟ ଜଳ ଓ ଜଳସେଚନ ବାଧା ଦୂର ହେବ । ଏଥିପାଇଁ ୧୭ଗୋଟି ବନ୍ଧ, ୧୫ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହ ୪୪ଟି ବ୍ୟାରେଜ୍ ନିର୍ମାଣ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।'

Related Topics

Explore more stories

Sponsored
Odisha Assembly | Hirakud Downstream Water Crisis: Odisha Govt Steps In | Argus News | Argus News