Hirakud Gates Open Today / ଆଜି ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ,ସୁରକ୍ଷା ପାଇଁ ନୋ ଫ୍ଲାଇଂ ଜୋନ ଘୋଷଣା
·2 months ago·2 min read

Key Points
ଆଜି ଖୋଲିବ ହୀରାକୁଦ ଗେଟ୍
ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ
ଆଜି ଦିନ ୧୧ଟାରେ ଖୋଲିବ ହୀରାକୁଦ ଗେଟ୍
ସୁରକ୍ଷା ପାଇଁ ଡ୍ୟାମ୍ ପରିସରରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା

ସମ୍ବଲପୁର,୦୯/୦୭: ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ଗୁରୁବାର ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଆଜି ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୧୪.୬୫ ଫୁଟ ରହିଛି। ସେହିପରି ଉପର ମୁଣ୍ତରୁ ସେକେଣ୍ତ ପ୍ରତି ୧ ଲକ୍ଷ ୬୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି।
ଆଜି ପୂର୍ବାହ୍ନ ୧୧ଟାରେ ହୀରାକୁଦ ସ୍ପିଲ୍ୱେର ପ୍ରାୟ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ । ଏଥିପାଇଁ ନଦୀବନ୍ଧ କର୍ତ୍ତୃପକ୍ଷ, ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ମହାନଦୀ ଓ ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ଅବବାହିକା ଓ ତଳମୁଣ୍ଡରେ ଥିବା ଲୋକଙ୍କୁ ମହାନଦୀରେ ପ୍ରବେଶ ନକରିବା ସହ ସତର୍କ ରହିବାକୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଛି ।
ସୂଚନା ଅନୁସାରେ, ପୂର୍ବବର୍ଷ ପରି ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ । ପରେ ପ୍ରର୍ଯ୍ୟାୟକ୍ରମେ ଆଉ ୩ଟି ଗେଟ୍ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ପରେ ସ୍ଥିତିକୁ ଦେଖି ଗେଟ୍ ଖୋଲିବା ସଂଖ୍ୟା ବୃଦ୍ଧି କରାଯିବ । ତେବେ ରୁଲ୍କଭ୍ର୍ ଅନୁସାରେ, ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୬୦୫ ଫୁଟ୍ ରହିବାର ନିୟମକୁ ଆଧାର କରି ବନ୍ୟାଜଳ ପରିଚାଳନା କରାଯାଉଛି।
ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ସୁରକ୍ଷା ପାଇଁ ଡ୍ୟାମ୍ ପରିସରରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନଦୀବନ୍ଧର ମୁଖ୍ୟଯନ୍ତ୍ରୀ ଇଂ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି, ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍ ରହିଛି । ଉପରମୁଣ୍ଡ ସମେତ ଇବ୍ ଓ ଭେଡେନ୍ ନଦୀରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ଅଢ଼େଇ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ସେହିପରି ବୁର୍ଲା ପାୱାର୍ କେନାଲ୍, ଶାସନ ଓ ବରଗଡ କେନାଲ୍ ମାଧ୍ୟମରେ ସେକେଣ୍ଡ ପ୍ରତି ପ୍ରାୟ ୩୦ ହଜାର୍ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ମହାନଦୀର ତଳମୁଣ୍ଡରେ ପ୍ରବାହିତ ବନ୍ୟାଜଳ ପରିମାଣ ଗତକାଲି ଠାରୁ ହ୍ରାସ୍ ପାଇଛି । ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳରାଶି ଓ ତଳମୁଣ୍ଡର ସ୍ଥିତିକୁ ଦେଖି ଜଳ ନିଷ୍କାସନ ପରିମାଣ ଓ ଗେଟ୍ ସଂଖ୍ୟା ସ୍ଥିର କରାଯିବ । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଥିବା ଇଂ ଚୌଧୁରୀ କହିଛନ୍ତି ।
ହୀରାକୁଦ ମୁଖ୍ୟ ଡ୍ୟାମ୍ ଓ ଆଖପାଖ ଅଞ୍ଚଳ ‘ନୋ-ଫ୍ଲାଇଂ ଜୋନ୍’ ଘୋଷଣା । ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବଲପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ ହୀରାକୁଦ ମୁଖ୍ୟ ଡ୍ୟାମ୍ ଏବଂ ଏହାର ଆଖପାଖ ଅଞ୍ଚଳକୁ ‘ନୋ-ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରାଯାଇଛି।

Related Topics
Explore more stories