Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  କଟକ ମହାନଦୀରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ

Odisha

 କଟକ ମହାନଦୀରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ

Manini Pattanayak
Browse all articles by Manini Pattanayak
·1 year ago
 କଟକ ମହାନଦୀରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ

କଟକ :  ମହାନଦୀରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ । ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜରୁ ୨ ଲକ୍ଷ ୨୦ ହଜାର ୯୬୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ ଖୋଲିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତି ଗୋଟାଏରୁ ମୁଣ୍ଡଳୀରେ ବନ୍ୟାଜଳ ନିଷ୍କାସିତ ହେବା ଆରମ୍ଭ କରିଛି ।

ମହାନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢ଼ିଛି । ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ୭ ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ମହାନଦୀ ଭିତରକୁ ଲୋକ ପ୍ରବେଶ ନକରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି ।.

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hirakud flood water reached the Cuttack river | Argus News