Odisha Update / ପୂର୍ବୋଦୟ ମିଶନରେ ଓଡ଼ିଶାକୁ ମୋଦିଙ୍କ ଆଉ ଏକ ଭେଟି

Key Points
ପୂର୍ବୋଦୟ ମିଶନରେ ଓଡ଼ିଶାକୁ ମୋଦିଙ୍କ ଆଉ ଏକ ଭେଟି
ସମ୍ବଲପୁର ଜିଲ୍ଲା ବସନ୍ତପୁରରେ ହେବ ହୀରାକୁଦ ଇଣ୍ଟିଗ୍ରେଟେଡ ଆକ୍ୱା ପାର୍କ
ଆକ୍ବା ପାର୍କ ସ୍ଥାପନ ନେଇ ଘୋଷଣା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ୧୦୦ କୋଟିର ଆକ୍ୱା ପାର୍କର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ପାଣ୍ଡରାରେ ପ୍ରତିଷ୍ଠା ହେବ ବୃହତ ମାଛ ମାର୍କେଟ
ପୂର୍ବୋଦୟ ମିଶନରେ ଓଡିଶାକୁ ମୋଦିଙ୍କ ଭେଟି । ୧୦୦ କୋଟି ବ୍ୟୟରେ ସମ୍ବଲପୁର ଜିଲ୍ଲା ବସନ୍ତପୁରରେ ହେବ ହୀରାକୁଦ ଇଣ୍ଟିଗ୍ରେଟେଡ ଆକ୍ବା ପାର୍କ। ଏଥିପାଇଁ ବସନ୍ତପୁରରେ ଚିହ୍ନଟ କରାଯାଇଛି ୯୫.୪୭ ଏକର ଜମି । ପୂର୍ବରୁ ଆକ୍ବା ପାର୍କ ସ୍ଥାପନ ନେଇ ଘୋଷଣା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଭୁବନେଶ୍ବର ପାଣ୍ଡରାରେ ୫ ଏକର ଜାଗାରେ ପ୍ରତିଷ୍ଠା ହେବ ବୃହତ ମାଛ ମାର୍କେଟ। ଆସନ୍ତାକାଲି ଭରଚୁଆଲ ମାଧ୍ୟମରେ ୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି।
ସମ୍ବଲପୁର ଜିଲ୍ଲା ବସନ୍ତପୁରରେ ହେବ ହୀରାକୁଦ ଇଣ୍ଟିଗ୍ରେଟେଡ ଆକ୍ବା ପାର୍କ। ଏଥିପାଇଁ ବସନ୍ତପୁରରେ ଚିହ୍ନଟ କରାଯାଇଛି ୯୫.୪୭ ଏକର ଜମି । ପାର୍କ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଛି ୧୦୦ କୋଟି ଟଙ୍କା । ବସନ୍ତପୁରର ଏହି ଅତ୍ୟାଧୁନିକ କେନ୍ଦ୍ରରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଚାଷ, ପ୍ରକ୍ରିୟାକରଣର ଆଧୁନିକ ଜ୍ଞାନକୌଶଳ , ଫିଡ୍ ମିଲ୍, ମତ୍ସ୍ୟ ପ୍ରଶିକ୍ଷଣ ଶିବିର, ଉତ୍ପାଦନ କେନ୍ଦ୍ର, ବରଫ ଫ୍ଲାଣ୍ଟ, ପ୍ରବାହିତ ଜଳରେ ମତ୍ସ୍ୟ ଚାଷ, ରଙ୍ଗୀନ ମାଛ ଚାଷ , ବାୟୋଫ୍ଲାକ୍ସ ସହ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ । ଏହା ମତ୍ସ୍ୟଜୀବୀଙ୍କ ଆୟ ବଢାଇବା ସହ ଅଞ୍ଚଳରେ ଅନେକ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିପାରିବ । ସମ୍ବଲପୁର ଗସ୍ତ ସମୟରେ ଆକ୍ବାପାର୍କ ସ୍ଥାପନ ନେଇ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ଭର୍ଚୁଆଲ ମାଧ୍ୟମରେ ପାର୍କର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏଥିସହ ପଢ଼ନ୍ତୁ: CCTV ଫୁଟେଜ୍ରୁ ବ୍ରହ୍ମପୁର ପୋଲିସକୁ ମିଳିଲା ବଡ଼ କ୍ଲୁ; ସନ୍ଦେହ ଘେରରେ ଦାମୀ ଗାଡ଼ି
📱 Get Argus News App
✨ସେପଟେ ପାଣ୍ଡରାରେ ପ୍ରତିଷ୍ଠା ହେବ ବୃହତ ମାଛ ମାର୍କେଟ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୪ ନମ୍ବର ହୋଲସେଲ ମାଛ ମାର୍କେଟ ପାଇଁ ବିଭିନ୍ନ ସମସ୍ୟା ହେଉଥିଲା । ବର୍ତ୍ତମାନ ପାଣ୍ଡରାରେ ୫ ଏକର ଜାଗାରେ ନିର୍ମାଣ କରାଯିବ ଏହି ମାଛ ମାର୍କେଟ । ଏଥିରେ ରିଟେଲ ବ୍ୟବସାୟୀଙ୍କ ସମେତ ହୋଲସେଲର, କୋଲ୍ଡ ଷ୍ଟୋରେଜ ସମେତ ମାଛଚାଷୀ, ଓ ଗ୍ରାହକ ସମସ୍ତେ ଉପକୃତ ହୋଇପାରିବେ। ଆସନ୍ତାକାଲି ଭରଚୁଆଲ ମାଧ୍ୟମରେ ବୃହତ ମାଛ ମାର୍କେଟ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ଓଡିଶା । ଡବଲ ଇଂଜିନ୍ ସରକାରରେ ଓଡ଼ିଶାରେ ହେଉଛି ଡବଲ ବିକାଶ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories