Videos
|
Odisha

Hirakud Dam Water Level Rises / ହୀରାକୁଦରେ ବଢୁଛି ଜଳସ୍ତର,ପ୍ରବେଶ କରୁଛି ୩ ଲକ୍ଷରୁ ଅଧିକ କ୍ୟୁସେକ ଜଳ

Bikash Mohanty
Browse all articles by Bikash Mohanty
·1 month ago·2 min read
ହୀରାକୁଦରେ ବଢୁଛି ଜଳସ୍ତର,ପ୍ରବେଶ କରୁଛି ୩ ଲକ୍ଷରୁ ଅଧିକ କ୍ୟୁସେକ ଜଳ
Hirakud dam

Key Points

ହୀରାକୁଦରେ ବଢୁଛି ଜଳସ୍ତର
ପ୍ରବେଶ କରୁଛି ୩ ଲକ୍ଷରୁ ଅଧିକ କ୍ୟୁସେକ ଜଳ
ଆଜି ଖୋଲିପାରେ ଆହୁରି ଦୁଇଟି ଗେଟ୍
ଭୁବନେଶ୍ବର,୩୧/୦୭: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ି ୬୨୩.୫୨ ଫୁଟ୍‌ରେ ପହଞ୍ଚିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଡ୍ୟାମକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି । ଇନ୍‌ଫ୍ଲୋ ଲଗାତାର ଉଚ୍ଚ ସ୍ତରରେ ରହିଥିବାରୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଅନ୍ୟପଟେ, ତଳମୁଣ୍ଡର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମରୁ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଦୁଇଟି ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ୬୫ ହଜାର ୫୪୩ କ୍ୟୁସେକ ବନ୍ୟାଜଳ ଛଡ଼ାଯାଉଛି। ଆଜି ଖୋଲିପାରେ ଆହୁରୀ ଦୁଇଟି ଗେଟ୍। 

ଜଳସମ୍ପଦ ବିଭାଗର ଅଧିକାରୀମାନେ ଡ୍ୟାମକୁ ଆସୁଥିବା ଜଳର ପରିମାଣ, ତଳମୁଣ୍ଡର ନଦୀଗୁଡ଼ିକର ସ୍ଥିତି ଏବଂ ପାଣିପାଗ ପୂର୍ବାନୁମାନକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନେଉଛନ୍ତି । ପରିସ୍ଥିତି ଆବଶ୍ୟକ କଲେ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍‌ ଖୋଲାଯିବ କି ନାହିଁ, ସେନେଇ ମଧ୍ୟ ବିଚାର କରାଯିବ।

ମହାନଦୀ ବନ୍ୟା ଜଳ ପ୍ରବାହ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ରାତି ୧୦ଟାରେ କଟକ ମୁଣ୍ଡୁଳିରେ ବନ୍ୟା ଜଳ ୮ଲକ୍ଷ ୮୮ ହଜାର କ୍ୟୁସେକ ପ୍ରବାହିତ ହେଉଥିଲା । ବର୍ତ୍ତମାନ ତାହା ୮ ଲକ୍ଷ ୬୫ ହଜାର ୪୭୪ କ୍ୟୁସେକ ବନ୍ୟାଜଳ ପ୍ରତି ସେକେଣ୍ଡ ପିଛା ପ୍ରବାହିତ ହେଉଛି । ମୁଣ୍ଡଳିରେ ୧୦ଟି ଗେଟ୍ ଦେଇ ଏହା ପ୍ରବାହିତ ହେଉଛି ।

ଉପର ମୁଣ୍ଡରେ ବନ୍ୟା ଜଳ ପ୍ରବାହ କମ୍ ହୋଇଥିବାରୁ ମୁଣ୍ଡଳୀ ନିକଟରେ ବନ୍ୟା ଜଳ ପ୍ରବାହ ସ୍ଥିତିରେ ପରିବର୍ତ୍ତନ ଆସିଛି । ସେହିଭଳି ନରାଜ ବ୍ୟାରେଜରେ ୪ ଲକ୍ଷ ୪୬ ହଜାର ୫୩୦ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଯୋବ୍ରାରେ ୪ ଲକ୍ଷ ୬ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କାଲି ଠାରୁ ପୁଣି ବଡ଼ ବର୍ଷା, ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା । ୪ ଲକ୍ଷ ୬୮ ହଜାରରୁ ଅଧିକ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଜିଲ୍ଲାର ୧୧୦ଟି ପଞ୍ଚାୟତ ଓ ୨୬ଟି ୱାର୍ଡର ୪୨୩ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ମୋଟ ୧ ଲକ୍ଷ ୫୮ ହଜାର ୨୨୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ବିପନ୍ନଙ୍କ ପାଇଁ ମାଗଣା ରୋଷେଇ କେନ୍ଦ୍ର ଚାଲୁରହିଛି ।

ବିପନ୍ନଙ୍କୁ ଚୁଡ଼ା, ଗୁଡ଼, ବିସ୍କୁଟ ବାଣ୍ଟିଛି ପ୍ରଶାସନ । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଧାମନଗର, ଧୁଷୁରୀ ଓ ତିହିଡ଼ି ବ୍ଲକରେ ୩ଟି ଏନଡିଆରଏଫ ଟିମ୍ ଏବଂ ୭ଟି ଓଡ୍ରାଫ ଓ ଅଗ୍ନିଶମ ବାହିନୀର ଟିମ୍‌ ମୁତୟନ କରାଯାଇଛି।
Hirakud Water Level Rises as 3 Lakh+ Cusecs Water Enters | Argus News