ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ କେନ୍ଦ୍ରାପଡା ଜିଲ୍ଲାର ଓମ୍ ଶିବୁ

ଅର୍ଗସ ବ୍ୟୁରୋ : ଆଗକୁ ମୋର ଯୁକ୍ତ ଦୁଇ ପରୀକ୍ଷା । ପରୀକ୍ଷା ସରିଲା ପରେ ମେଡିକାଲରେ ମତେ ଆଡ଼ମିଟ କରିବ । ମୁଣ୍ଡ ବିନ୍ଧାକୁ ସହ୍ୟ କରିନେବି । ପରୀକ୍ଷା ସରିଲା ପରେ ଭବିଷ୍ୟତରେ ଆଆଇଟି କିମ୍ବା ଏନଆଇଟି ପଢି ଦେଶ ପାଇଁ କିଛି କରିବା ପାଇଁ ମୋର ଇଚ୍ଛା ଅଛି ବାପା । ଏତିକି ଥିଲା ଓମ ଶିବୁଙ୍କ ଶେଷ କଥା । ଏହାପରେ ଅତ୍ୟଧିକ ମୁଣ୍ଡ ବିନ୍ଧା ଯୋଗୁ ଜାନୁଆରୀ ମାସରେ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି ହେଇଥିଲେ ସେ। ଗୋଟିଏ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚିକିତ୍ସା କରାଯିବା ପରେ ଓମ ଶିବୁଙ୍କୁ ବ୍ରେନ ଟିୟୁମର ଜଣାପଡିଥିଲା ।
ହେଲେ ଅପ୍ରେସନ ବେଳେ ତାଙ୍କର ବ୍ରେନଡେଡ଼ ହୋଇଥିଲା । ଏହାପରେ ସ୍ବେଚ୍ଛାକୃତ ଭାବରେ ପୁଅର ଦୁଇ କିଡନୀକୁ ଦାନ କରିବା ପାଇଁ ପରିବାର ସଦସ୍ୟ ନିଷ୍ପତ୍ତି ନେଇଥିଲେ । ଏବେ ଅନ୍ୟ ଦୁଇ ଜଣଙ୍କ ଜୀବନ ବଞ୍ଚେଇ ସମାଜ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି ଓମ ଶିବୁ । ଗତକାଲି ବ୍ରେନ ଡେଥ ହେବା ପରେ ଆଜି ସକାଳୁ ତାଙ୍କର ଦୁଇଟି କିଡନୀକୁ କଢ଼ାଯାଇଛି। ନେଫ୍ରୋଲୋଜି ୟୁରୋଲୋଜି, ସୋଟୋ ଟିମ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହା ସମ୍ଭବ ହୋଇପାରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ବର୍ତ୍ତମାନ ଦୁଇଟି କିଡନୀରୁ ଗୋଟିଏ ଏସସିବି ମେଡିକାଲ ଓ ଅନ୍ୟଟି ଆପଲୋ ହସ୍ପିଟାଲକୁ ନିଆଯିବ। କ୍ରସ୍ ମ୍ୟାଚ କାର୍ଯ୍ୟ ଶେଷ ହେବା ପରେ କିଡନୀ ପ୍ରତିରୋପଣ ପାଇଁ ଅସ୍ତ୍ରୋପଚାର କରାଯିବ ବୋଲି କହିଛନ୍ତି ୟୁରୋଲୋଜି ମୁଖ୍ୟ ଡ଼ଃ ସମୀର ସ୍ୱାଇଁ । ଚାଲିଗଲା ଓମଙ୍କ ଜୀବନ କିନ୍ତୁ ଆଉ ଦୁଇ ଜଣଙ୍କୁ ଦେଇଗଲେ ନୂଆ ଜୀବନ। ଯାହା ସବୁ ଦିନ ପାଇଁ ରହିବ ଏକ ପ୍ରେରଣାଦାୟୀ ବାର୍ତ୍ତା ।