|
logo
Live
Argus News App
GET APP

Argus News - ଚିକିତ୍ସାଧିନ ବ୍ୟକ୍ତିଙ୍କ ବୟାନ, ଭେଣ୍ଟିଲେଟରରୁ ବାହାରି କହିଲେ ମୁଁ ଦିଲ୍ଲୀପ ସାମନ୍ତରାୟ

Odisha

ଚିକିତ୍ସାଧିନ ବ୍ୟକ୍ତିଙ୍କ ବୟାନ, ଭେଣ୍ଟିଲେଟରରୁ ବାହାରି କହିଲେ ମୁଁ ଦିଲ୍ଲୀପ ସାମନ୍ତରାୟ

Smruti Parija
Browse all articles by Smruti Parija
·2 years ago·2 min read
ଚିକିତ୍ସାଧିନ ବ୍ୟକ୍ତିଙ୍କ ବୟାନ, ଭେଣ୍ଟିଲେଟରରୁ ବାହାରି କହିଲେ ମୁଁ ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ୱର:  ହାଇଟେକ ହସ୍ପିଟାଲରେ ବିସ୍ପୋରଣ ଘଟଣାରେ ଏକ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି ।  ମନୁଷ୍ୟକୃତ ଭୂଲ୍ ଯୋଗୁଁ ମୃତଦେହ ଅଦଳବଦଳ ଘଟଣା ସାମନାକୁ ଆସିଛି । ସୂଚନା ଅନୁଯାୟୀ ଡିସେମ୍ବର ୨୯  ତାରିଖ ସନ୍ଧ୍ୟାରେ ହାଇଟେକ ହସପିଟାଲ ଏସି କମ୍ପେସର ମରାମତି କରୁଥିବା ସମୟରେ ହଠାତ କମ୍ପ୍ରେସର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଯେଉଁଥିରେ ମୋଟ ୪ ଜଣ ଗୁରୁତର ଆହତ ହୋଇଥିଲେ । 

ସେଥିମଧ୍ୟରୁ ଦଲ୍ଲୀପ ସାମନ୍ତରାୟ ଡିସେମ୍ବର ୩୦ ତାରିଖରେ ମୃତ୍ୟୁବରଣ କରିଥିବା ବେଳେ ଜାନୁଆରୀ ୧ ତାରିଖରେ ଶ୍ରୀତମ ସାହୁଙ୍କ ଦେହାନ୍ତ ହୋଇଛି । ଅନ୍ୟପକ୍ଷେ ଜ୍ୟୋତିରଞ୍ଜନ ମଲ୍ଲିକ ଓ ସୀମାଞ୍ଚଳ ବିଶ୍ଵାଳ ଗୁରୁତର ଅବସ୍ଥା ଯୋଗୁଁ ଉଭୟ ଭେଣ୍ଟିଲେଟରରେ ରହିଥିଲେ । କିନ୍ତୁ ଏବେ ମୃତଦେହକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । ଘଟଣା ଅନୁଯାୟୀ ଜ୍ୟୋତି ରଞ୍ଜନ ଭେଣ୍ଟି ଲେଟରରୁ ବାହାରିବା ପରେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେଇଛନ୍ତି । ଯାହାକୁ ନେଇ ହସ୍ପିଟାଲରେ ବଡ଼ ଦ୍ଵନ୍ଦ ଦେଖିବାକୁ ମିଳିଛି । ଦିଲ୍ଲୀପଙ୍କ ପରିବାର ଲୋକ ତାଙ୍କ ଶବର ଅନ୍ତିମ ସଂସ୍କାର କରିସାରିଛନ୍ତି । ହେଲେ ତାହା ଜ୍ୟୋତିରଞ୍ଜନଙ୍କ ଶବ ବୋଲି ଦାବି ହେଉଛି । ଏନେଇ ଉଭୟ ପରିବାର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛନ୍ତି । 

ହାଇଟେକ୍ ହସ୍ପିଟାଲର ସୂଚନା ଅନୁଯାୟୀ ଯାହା ଉଭୟ ମୃତକଙ୍କ ପ୍ରାୟ ୩୦ ପ୍ରତିଶତ ଶରୀର ଜଳିଯାଇଥିଲା । ଆଉ ଚିକିତ୍ସା ବେଳେ ଯାହା ପରିବାର ଲୋକଙ୍କ ପକ୍ଷରୁ ପରିଚୟ ଦିଆଯାଇଥିଲା , ସେହି ଅନୁଯାୟୀ ଚିକିତ୍ସା ଚାଲିଥିଲା । ପରେ ନିଜ ସମ୍ପର୍କୀୟଙ୍କ ମୃତ ଶରୀରକୁ ପରଖିବା ପରେ ସେମାନଙ୍କୁ ଶବ ହସ୍ତାନ୍ତର କରାଯାଇଛି । ସେହିଭଳି ଉଭୟ ମୃତକଙ୍କ ପରିବାର ଲୋକେ ଏବେ ହସ୍ପିଟାଲକୁ ଦାୟୀ କରୁଛନ୍ତି । ଏହାର ତଦନ୍ତ ପାଇଁ ମଚେଶ୍ୱର ଥାନାର ଦ୍ୱାରସ୍ଥ ହେବ ହସ୍ପିଟାଲ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଆବଶ୍ୟକ ପଡିଲେ DNA ଟେଷ୍ଟ ମଧ୍ୟ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ଚିକିତ୍ସାଧିନ ବ୍ୟକ୍ତିଙ୍କ ବୟାନ, ଭେଣ୍ଟିଲେଟରରୁ ବାହାରି କହିଲେ ମୁଁ ଦିଲ୍ଲୀପ ସାମନ୍ତରାୟ | Argus News