HIV In Jharpada Jail / ଝାରପଡା ଜେଲରେ ବଢୁଛି ଏଚଆଇଭି ଆତଙ୍କ,୮ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ !
·2 months ago·2 min read

Key Points
ଝାରପଡା ଜେଲରେ HIV ଆତଙ୍କ
ଝାରପଡା ଜେଲରେ ବଢୁଛି HIV ପଜିଟିଭ ସଂଖ୍ୟା
ଜେଲରେ HIV ସଂଖ୍ୟା ପହଞ୍ଚିଲା ୮ରେ
ଝାରପଡା ଜେଲରେ ବଢୁଛି HIV ପଜିଟିଭ ସଂଖ୍ୟା
ଜେଲରେ HIV ସଂଖ୍ୟା ପହଞ୍ଚିଲା ୮ରେ
ଭୁବନେଶ୍ବର,୦୨/୦୭: ଝାରପଡା ଜେଲରେ HIV ଆତଙ୍କ। ଝାରପଡା ଜେଲରେ ବଢୁଛି HIV ପଜିଟିଭ ସଂଖ୍ୟା । କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଏଡସ୍ ଆକ୍ରାନ୍ତ ବୋଲି ଜଣାପଡିଛି । କୋଚିଂ ସେଣ୍ଟରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ HIV ପଜିଟିଭ ଜଣାପଡିବା ପରେ ଏ ନେଇ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଓ ଡିସିପିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି । ବର୍ତ୍ତମାନ ଝାରପଡା ଜେଲରେ ୮ ଜଣ HIV ପଜିଟିଭ ଅନ୍ତେବାସୀ ଥିବା କଥା ଜଣାପଡିଛି । ଏଭଳି ଖବର ଜଣାପଡିବା ପରେ ଜେଲରେ ଭୟର ବାତାବରଣ ଖେଳିଯାଇଛି।
ପୁର୍ବରୁ ରାଜଧାନୀର ହାଇପ୍ରୋଫାଇଲ୍ ଝାରପଡ଼ା ସ୍ପେଶାଲ ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିଲା ବଡ଼ ପ୍ରଶ୍ନବାଚୀ। ଜେଲ୍ ଭିତରେ ନିଶା ପାଇଁ ବ୍ୟବହାର ହେଉଛି କଫ୍ ସିରଫ୍ ଓ ଏକ୍ସପାୟରୀ ମେଡିସିନ୍ । ଯାହାକୁ ଅତ୍ୟଧିକ ମାତ୍ରାରେ ସେବନ କରି ୭ ଜଣ କଏଦୀ ଗୁରୁତର ହୋଇଥିଲେ। ପ୍ରଥମେ ଫୁଡ୍ ପଏଜନିଂ କୁହାଯାଉଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ପରେ ଘଟଣାରେ ଆସିଥିଲା ସାଙ୍ଘାତିକ ଟ୍ୱିଷ୍ଟ । ପ୍ରଶ୍ନ ଉଠୁଛି, ଜେଲ୍ ଭିତରେ ନିଶାର ଜାଗା ନେଲାଣି କି କଫ୍ ସିରଫ୍ ?
ପଢନ୍ତୁ ଏହି ଖବର: ଝାରପଡ଼ା ଜେଲ୍ରେ କଏଦୀ ଅସୁସ୍ଥ ଘଟଣା.: ଜେଲ୍ ହସ୍ପିଟାଲର ମେଡିସିନ୍ ଖାଇ କଏଦୀ ଅସୁସ୍ଥ ସୁଚନା
ଭୁଷୁଡ଼ି ପଡ଼ିଲା ଜେଲ୍ର ସୁରକ୍ଷା ପ୍ରାଚୀର । ରାତି ଅଧରେ ଝାରପଡ଼ା ସ୍ପେଶାଲ ଜେଲ୍ର ଢିଲା ସୁରକ୍ଷା ବ୍ୟବସ୍ଥାର ପୋଲ୍ ଖୋଲିଦେଲେ ୭ କଏଦୀ । ପ୍ରଶାସନର ବିନା ଅନୁମତିରେ ଜେଲ୍ ଭିତରକୁ ଛୁଞ୍ଚିଟିଏ ବି ଗଲିପାରିବ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରାଚୀର ଏବେ ଭୁଷୁଡ଼ି ପଡ଼ିଛି । ନିଶା ପାଇଁ କଫ୍ ସିରଫ୍ ଓ ମେଡିସିନ୍କୁ ମାଧ୍ୟମ କରି ଗୁରୁତର ହୋଇଥିଲେ ୭ ଅନ୍ତେବାସୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୨୩ ତାରିଖରେ ହଠାତ୍ ଅସୁସ୍ଥ ହେବା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଭର୍ତ୍ତି କରାଯାଇଛି । ୧୨ ଘଣ୍ଟା ପରେ କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ସିନା ସାମାନ୍ୟ ସୁଧୁରୁଛି, କିନ୍ତୁ ବିଗିଡ଼ି ଯାଇଛି ଜେଲ୍ ବିଭାଗର ଅବସ୍ଥା । ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରତିକ୍ରିୟା ଜେଲ୍ ପ୍ରଶାସନକୁ କାଠଗଡ଼ାକୁ ଟାଣି ଆଣିଛି ।
ଘଟଣାର ଗୁରୁତ୍ୱକୁ ଦେଖି ଗତକାଲି ରାତିରୁ ହିଁ ହସ୍ପିଟାଲ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଖୋଦ୍ ଭୁବନେଶ୍ୱର ଡିସିପି ମଧ୍ୟ ମେଡିକାଲରେ ପହଞ୍ଚି କଏଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ।

Related Topics
Explore more stories